ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶରୁ ଫେରି ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ସପରିବାର ସହ ଭୁବନେଶ୍ଵରସ୍ଥିତ ବାସଭବନରେ କ୍ଵାରେଣ୍ଟଇନ୍‌ରେ ରହିଛନ୍ତି। ଗଜପତି ଗତ ୧୫ ତାରିଖରେ ପରିବାର ସହ ଆମେରିକାରୁ ଫେରିଥିଲେ। ପରେ ସରକାରଙ୍କ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରି ଜଣାଇଥିଲେ।

ଗଜପତିଙ୍କ ସହ ପୂରା ପରିବାର ରେଜିଷ୍ଟ୍ରେସନ୍‌ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ଘରେ ୧୪ ଦିନ ଯାଏଁ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିବେ। ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିବା ନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

କରୋନା ଭାଇରସ୍‌କୁ ନେଇ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ଯାଏଁ ଛୁଟି ଘୋଷଣା ମଧ୍ୟ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

1 COMMENT

Comment