ଓଡ଼ିଶାଲାଇଭ୍ ବ୍ୟୁରୋ

ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଆଣ୍ଟ। ହଂକଂ ଓ ସିଙ୍ଗାପୁର ପରେ ଏବେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେହିପରି କେରଳରେ ୬୯ କୋଭିଡ ପଜିଟିଭ ରହିଥିବାବେଳେ ତାମିଲନାଡୁରେ ୩୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଭାରତରେ ବର୍ତ୍ତମାନ ୨୫୭ କୋଭିଡ ଆକ୍ରାନ୍ତ ଅଛନ୍ତି। କୋଭିଡ ପଜିଟିଭି ମାମଲା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସମେତ ହସ୍ପିଟାଲଗୁଡ଼ିକ ଆଲର୍ଟରେ ରହିଛନ୍ତି।

ଅନ୍ୟପଟେ ଅଭିନେତ୍ରୀ ଶିଳ୍ପା ଶିରୋଦକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଖୋଦ ଶିଳ୍ପା ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଫ୍ୟାନ୍ସ ଓ ସେଲିବ୍ରିଟି।

Tags: #CoronaVirus #NewVariant #ShilpaShirodkar #India

Comment