ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିଷ ନୁହେଁ କୁକୁର ନାମରେ ରହିଛି ଆବାସ ପ୍ରମାଣପତ୍ର। ଏଥିରେ ରାଜସ୍ଵ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ମଧ୍ୟ ରହିଛି। କଥାଟା ଶୁଣିବାକୁ ହୁଏତ ଅଡ଼ୁଆ ଲାଗିଥାଇପାରେ, କିନ୍ତୁ ଏପରି ଘଟଣା ଆସିଛି ବିହାରରୁ।

ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକା ସଂଶୋଧନ ଅଭିଯାନ ସମୟରେ ଆବାସ ପ୍ରମାଣପତ୍ର ପାଇଁ ଆବେଦନ କରାଯାଉଛି। ଏହାରି ମଧ୍ୟରେ ପାଟଣା ମସୌଢ଼ି ବ୍ଲକ୍‌ରେ ଏକ କୁକୁରକୁ ଆବାସ ପ୍ରମାଣପତ୍ର ଜାରି ହୋଇଥିବା ଦେଖିବାକୁ ମିଳିଥିଲା। ଏହି  ପ୍ରମାଣପତ୍ରରେ ଏକ କୁକୁରର ଫଟୋ ଲଗାଇ ତା’ର ନାମ ଓ ଠିକଣା ଉଲ୍ଲେଖ କରାଯାଇଛି।

କୁକୁର ନାମ ‘ଡଗ୍ ବାବୁ’ ଥିବାବେଳେ କୁକୁରର ବାପା ନାମ, ‘କୁତା ବାବୁ’ ଏବଂ ମା’ ନାମ ରହିଛି ‘କୁତିଆ ଦେବୀ’। ଖବର ସାମ୍ନାକୁ ଆସିବା ପରେ ଏହାକୁ ରବ୍ଦ କରିଦିଆଯାଇଥିବା ଜଣାପଡ଼ିଛି।

ଏହା ସହିତ ଆବେଦନକାରୀ, କମ୍ପ୍ୟୁଟର ଅପରେଟର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିବା ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ପାଟଣା ଜିଲ୍ଲାପାଳ।

Tags: #Bihar #DogBabu #ResidenceCertificate

Comment