ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶ ଯାତ୍ରା ପାଇଁ ଯାତ୍ରୀଙ୍କ ପାଖରେ ପାସପୋର୍ଟ ଥିବା ନିହାତି ଆବଶ୍ୟକ। ଏହା ବିଦେଶରେ ବ୍ୟକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର। ତେବେ ସବୁ ପାସପୋର୍ଟର ରଙ୍ଗ ସମାନ ନଥାଏ।
ଭାରତରେ ଅଧିକାଂଶ ଲୋକ ନୀଳ ରଙ୍ଗର ପାସପୋର୍ଟ ପାଉଥିବାବେଳେ, କିଛି ଲୋକଙ୍କୁ ଲାଲ ଏବଂ ଆଉ କିଛି ଲୋକଙ୍କୁ ଧଳା ରଙ୍ଗର ପାସପୋର୍ଟ ଦିଆଯାଇଥାଏ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱତନ୍ତ୍ର ପରିଚୟ ବହନ କରିଥାଏ।
ନୀଳ ରଙ୍ଗର ପାସପୋର୍ଟ ଦ୍ୱାରା ଲୋକେ ସହଜରେ ବିଦେଶ ଯାତ୍ରା କରିପାରିବେ। ଏଥିରେ ବିଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ ତଥା କାର୍ଯ୍ୟ କରିବା ପାଇଁ ଭିସା ଆବେଦନ କରାଯାଇପାରିବ।
ସେହିପରି ଭାରତର କିଛି ଲୋକଙ୍କୁ ଧଳା ରଙ୍ଗର ପାସପୋର୍ଟ ଦିଆଯାଏ। ଯେଉଁମାନେ କୌଣସି ସରକାରୀ କାମ ପାଇଁ ବିଦେଶ ଯାତ୍ରା କରନ୍ତି ସେମାନଙ୍କୁ ଏହି ପାସପୋର୍ଟ ଦିଆଯାଏ।
ତେବେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ନାଲି ରଙ୍ଗର ପାସପୋର୍ଟ ମିଳିଥାଏ। ଏହା କୂଟନୀତିଜ୍ଞ, ବିଶିଷ୍ଟ ବ୍ୟକ୍ତି କିମ୍ବା ବରିଷ୍ଠ ଅଧିକାରୀମାନଙ୍କୁ ଜାରି କରାଯାଏ। ଏହି ପାସପୋର୍ଟରେ ବିଦେଶ ଯିବା ପାଇଁ ଭିସାର ଆବଶ୍ୟକତା ପଡ଼େ ନାହିଁ।
Tags: #Passport #IndianCitizen #India
















