ଓଡ଼ିଶାଲାଇଭ୍ ବ୍ୟୁରୋ

କେଉଁଠି କେଉଁ ରଙ୍ଗର ପାସ୍‌ପୋର୍ଟ ବ୍ୟବହାର କରାଯାଏ ଜାଣନ୍ତୁ…

କୌଣସି ଦେଶର ନାଗରିକ ଅନ୍ୟ ଦେଶକୁ ଯିବାକୁ ହେଲେ ପାସ୍‌ପୋର୍ଟ ନିହାତି ଆବଶ୍ୟକ। କାରଣ ପାସ୍‌ପୋର୍ଟ ନାଗରିକତାର ପରିଚୟ ପ୍ରଦାନ କରିଥାଏ। ତେଣୁ ପ୍ରତ୍ୟେକ ଦେଶରେ ନାଗରିକଙ୍କ ପାଇଁ ପାସପୋର୍ଟ ବ୍ୟବସ୍ଥା ରହିଛି। କିନ୍ତୁ ଆବଶ୍ୟକତା ଦୃଷ୍ଟିରୁ ପାସ୍‌ପୋର୍ଟର ବ୍ୟବହାର ସମାନ ହୋଇଥିଲେ ମଧ୍ୟ ଏହାର ରଙ୍ଗରେ ଭିନ୍ନତା ପରିଲକ୍ଷିତ ହୁଏ। ବିଶ୍ଵରେ ମୁଖ୍ୟତଃ ଚାରୋଟି ରଙ୍ଗରେ ପାସ୍‌ପୋର୍ଟ  ବ୍ୟବହୃତ ହୋଇଥାଏ।

ଲାଲ ରଙ୍ଗର ପାସପୋର୍ଟ

ମୁଖ୍ୟତଃ ୟୁରୋପୀୟ ଦେଶମାନଙ୍କରେ ଲାଲ ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ। ରୁଷ, ଫ୍ରାନ୍ସ, ପୋଲାଣ୍ଡ, ନେଦରଲ୍ୟାଣ୍ଡ ଓ ଜର୍ମାନୀ ଭଳି ଦେଶରେ ଏହି ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ। ଯେଉଁ ଦେଶଗୁଡ଼ିକ ସାମ୍ୟବାଦୀ ଚିନ୍ତାଧାରା ଉପରେ ବିଶ୍ୱାସ ରଖନ୍ତି ସେଠାରେ ଏହି ଲାଲ ରଙ୍ଗର ପାସପୋର୍ଟ ମିଳିଥାଏ।ସବୁଜ ରଙ୍ଗର ପାସପୋର୍ଟ

ବିଶ୍ୱର ଅଧିକାଂଶ ମୁସଲିମ୍ ଦେଶରେ ଏହି ସବୁଜ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ। ପାକିସ୍ତାନ, ବାଙ୍ଗଳାଦେଶ, ଇଣ୍ଡୋନେସିଆ, ସାଉଦୀ ଆରବ ଆଦି ଦେଶରେ ଏହି ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ।  ସବୁଜ ରଙ୍ଗକୁ ଇସଲାମ୍ ଧର୍ମରେ ପବିତ୍ର ମାନୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ।ନୀଳ ରଙ୍ଗର ପାସପୋର୍ଟ

ନୀଳ ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଯେଉଁକାରଣରୁ ବିଶ୍ୱର ଅନେକ ଦେଶ ଏହି ରଙ୍ଗର ପାସପୋର୍ଟ ବ୍ୟବହାର କରିଥାନ୍ତି। ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶରେ ଏହି ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ।କଳା ରଙ୍ଗର ପାସପୋର୍ଟ

ଦକ୍ଷିଣ ଆଫ୍ରିକୀୟ ଦେଶ ଜାମ୍ବିଆ, ବୁରୁଣ୍ଡି, ଅଙ୍ଗୋଲା, ଗୌବନ, କାଙ୍ଗୋ ଆଦି ଦେଶରେ କଳାରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ। ଏଥିସହିତ ନ୍ୟୁଜିଲାଣ୍ଡର ନାଗରିକଙ୍କ ପାଖରେ ମଧ୍ୟ କଳାରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ।BGU

Comment