ଓଡ଼ିଶାଲାଇଭ୍ ବ୍ୟୁରୋ

ପାସପୋର୍ଟ ଗୋଟିଏ ଦେଶର ଲୋକ ପାଇଁ ଏକ ନାଗରିକତାର ପରିଚୟ। ଯାହା ବିନା ଜଣେ ବ୍ୟକ୍ତି ବିଦେଶକୁ ଯାଇପାରିବ ନାହିଁ। ତେଣୁ ପ୍ରତ୍ୟେକ ଦେଶରେ ତାର ନାଗରିକଙ୍କ ପାଇଁ ପାସପୋର୍ଟ ବ୍ୟବସ୍ଥା ରହିଛି। ତେବେ ବିଶ୍ୱର ଅଧିକାଂଶ ଦେଶକୁ ଲକ୍ଷ୍ୟ କଲେ ଜଣାପଡ଼ିଥାଏ ଯେ, ବିଶ୍ୱରେ ମୁଖ୍ୟତଃ ଚାରୋଟି ରଙ୍ଗର ପାସପୋର୍ଟ ବ୍ୟବହାର ହୋଇଥାଏ।

ଜାଣନ୍ତୁ, ବିଭିନ୍ନ ରଙ୍ଗର ପାସପୋର୍ଟ ପଛର କାରଣ?

ଲାଲ ରଙ୍ଗର ପାସପୋର୍ଟ

ମୁଖ୍ୟତଃ ୟୁରୋପୀୟ ଦେଶମାନଙ୍କରେ ଲାଲ ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ। ରୁଷ, ଫ୍ରାନ୍ସ, ପୋଲାଣ୍ଡ, ନେଦରଲ୍ୟାଣ୍ଡ ଓ ଜର୍ମାନୀ ଭଳି ଦେଶରେ ଏହି ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ। ଯେଉଁ ଦେଶଗୁଡ଼ିକ ସାମ୍ୟବାଦୀ ଚିନ୍ତାଧାରା ଉପରେ ବିଶ୍ୱାସ ରଖନ୍ତି ସେଠାରେ ଏହି ଲାଲ ରଙ୍ଗର ପାସପୋର୍ଟ ମିଳିଥାଏ।

ସବୁଜ ରଙ୍ଗର ପାସପୋର୍ଟ

ବିଶ୍ୱର ଅଧିକାଂଶ ମୁସଲିମ୍ ଦେଶରେ ଏହି ସବୁଜ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ। ପାକିସ୍ତାନ, ବାଙ୍ଗଳାଦେଶ, ଇଣ୍ଡୋନେସିଆ, ସାଉଦୀ ଆରବ ଆଦି ଦେଶରେ ଏହି ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ।  ସବୁଜ ରଙ୍ଗକୁ ଇସଲାମ୍ ଧର୍ମରେ ପବିତ୍ର ମାନୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ।

ନୀଳ ରଙ୍ଗର ପାସପୋର୍ଟ

ନୀଳ ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଯେଉଁକାରଣରୁ ବିଶ୍ୱର ଅନେକ ଦେଶ ଏହି ରଙ୍ଗର ପାସପୋର୍ଟ ବ୍ୟବହାର କରିଥାନ୍ତି। ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶରେ ଏହି ରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ।

କଳା ରଙ୍ଗର ପାସପୋର୍ଟ

ଦକ୍ଷିଣ ଆଫ୍ରିକୀୟ ଦେଶ ଜାମ୍ବିଆ, ବୁରୁଣ୍ଡି, ଅଙ୍ଗୋଲା, ଗୌବନ, କାଙ୍ଗୋ ଆଦି ଦେଶରେ କଳାରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ। ଏଥିସହିତ ନ୍ୟୁଜିଲାଣ୍ଡର ନାଗରିକଙ୍କ ପାଖରେ ମଧ୍ୟ କଳାରଙ୍ଗର ପାସପୋର୍ଟ ଦେଖିବାକୁ ମିଳିଥାଏ।

Comment