ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜେନ-ଜି ପିଢ଼ି। ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ ଭଳି ୨୬ଟି ସୋସିଆଲ ମିଡିଆ ଫ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ନେପାଳରେ ଜଳୁଛି ପ୍ରତିବାଦର ନିଆଁ। ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ ଜେନ-ଜି।
ନେପାଳ ସରକାରଙ୍କ ବିରୋଧରେ ନାରା ଦେଇ ଆନ୍ଦୋଳନକାରୀ ସଂସଦ ଘେରିଥିଲେ। ସଂସଦ ନିକଟରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଏହି ସଂଘର୍ଷ ଉଗ୍ରରୂପ ଧାରଣ କରିଥିଲା। ବିକ୍ଷୋଭ ସମୟରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।
ରାଜଧାନୀ କାଠମାଣ୍ଡୁରେ ପରିସ୍ଥିତି ବିଗୁଡ଼ୁଥିବାରୁ ସେନା ମୁତୟନ ହେବା ସହ କର୍ଫ୍ୟୁ ଘୋଷଣା ହୋଇଛି। ପରିସ୍ଥିତିର ମୁକାବିଲା ପାଇଁ ଜରୁରୀକାଳୀନ ବୈଠକ ଡାକିଛନ୍ତି ନେପାଳ ସରକାର।
Tags: #GenZ #GenZProtest #Nepal #BanSocialMedia


















