ଓଡ଼ିଶାଲାଇଭ୍ ବ୍ୟୁରୋ

ମା’ ହେଲେ ବଲିଉଡ ବିଉଟି କ୍ୟାଟ୍ରିନା କୈଫ। ନଭେମ୍ବର ୭ ତାରିଖରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି କ୍ୟାଟ୍ରିନା। ଏହି ଗୁଡନ୍ୟୁଜ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶାଲ।

ବିବାହର ୪ ବର୍ଷ ପରେ ଭିକି ଏବଂ କ୍ୟାଟ୍ରିନାଙ୍କ ଘରକୁ ଆସିଛି କୁନି ଅତିଥି। କ୍ୟାଟ୍ରିନା ଏବଂ ଭିକି ସୋସିଆଲ ମିଡିଆର ଏକ ପୋଷ୍ଟରେ ଲେଖିଛନ୍ତି, “ଆମର ଖୁସି ପୁଞ୍ଜି ଆସିଗଲା। ସୀମାହୀନ ସ୍ନେହ  ଏବଂ ଆଶୀର୍ବାଦର ସହ ଆମ ପୁଅକୁ ସ୍ଵାଗତ କରୁଛୁ।”

୨୦୨୧ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କ୍ୟାଟ୍ରିନା ଏବଂ ଭିକି କୌଶାଲ। ଗତ ସେପ୍ଟେମ୍ବର ମାସରେ କ୍ୟାଟ୍ରିନା ମା’ ହେବାକୁ ଯାଉଥିବା ନେଇ ସୂଚନା ଦେଇଥିଲେ ଭିକି କୌଶାଲ। ଏହି ଗୁଡନ୍ୟୁଜ ପରେ କ୍ୟାଟ୍ରିନା ଏବଂ ଭିକିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

Tags: #KatrinaKaif #VickyKaushal #BabyBoy

Comment