ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ ସଂସ୍କୃତି ଓ ସମୃଦ୍ଧି ସହ ଯୋଡ଼ି ହୋଇ ରହିଛି ସୁନା। ବିଶେଷକରି ଭାରତୀୟ ମହିଳାଙ୍କର ସୁନା ପ୍ରତି ରହିଛି ସ୍ଵତନ୍ତ୍ର ଆକର୍ଷଣ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାରା ବିଶ୍ଵରେ ସବୁଠୁ ଅଧିକ ପରିମାଣର ସୁନା ରହିଛି ଭାରତୀୟ ମହିଳାଙ୍କ ପାଖରେ। ଏପରିକି ଆମେରିକା,ଜର୍ମାନୀ, ରୁଷ ଓ ଚୀନ ଭଳି ଦେଶର ମିଳିତ ଗୋଲ୍ଡ ରିଜର୍ଭଠାରୁ ବି ଅଧିକ।  

ୱାର୍ଲ୍ଡ ଗୋଲ୍ଡ କାଉନସିଲ୍ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାଙ୍କ ପାଖରେ ରହିଛି ୨୪ ହଜାର ଟନ୍ ସୁନା, ଯାହା ସାରା ବିଶ୍ଵରେ ଗଚ୍ଛିତ ଥିବା ସୁନାର ୧୧ ପ୍ରତିଶତ। ଏସବୁ ସୁନା ମଧ୍ୟରୁ ଅଧିକାଂଶ ସୁନା ବିଭିନ୍ନ ଗହଣା ଆକାରରେ ମହିଳାଙ୍କ ନିକଟରେ ରହିଛି।

ଭାରତୀୟ ମହିଳାମାନଙ୍କ ମାଲିକାନାରେ ଥିବା ସୁନାର ପରିମାଣ, ବିଶ୍ଵର ୬ଟି ପ୍ରମୁଖ ଦେଶର ମିଳିତ ସ୍ଵର୍ଣ୍ଣ ଭଣ୍ଡାର ବା ଗୋଲ୍ଡ ରିଜର୍ଭଠାରୁ ମଧ୍ୟ ଅଧିକ। ୱାର୍ଲ୍ଡ ଗୋଲ୍ଡ କାଉନସିଲର ତଥ୍ୟ ଅନୁଯାୟୀ

  • ଆମେରିକା ଗୋଲ୍ଡ ରିଜର୍ଭରେ ରହିଛି ୮,୧୩୩ ଟନ ସୁନା
  • ଜର୍ମାନୀ ନିକଟରେ ୩,୩୫୦ ଟନ୍
  • ଇଟାଲୀ ନିକଟରେ ୨୪୫୦ ଟନ ସୁନା
  • ଫ୍ରାନସ ଗୋଲ୍ଡ ରିଜର୍ଭରେ ଅଛି ୨,୪୦୦ ଟନ ସୁନା
  • ରୁଷ ସ୍ଵର୍ଣ୍ଣ ଭଣ୍ଡାରରେ ୨,୩୩୦ ଟନ୍
  • ଚୀନ ପାଖରେ ଅଛି ପ୍ରାୟ ୨,୩୦୦ ଟନ ସୁନା
  • ଭାରତ ସରକାରଙ୍କ ସ୍ଵର୍ଣ୍ଣ ଭଣ୍ଡାରରେ ରହିଛି ୮୮୦ ଟନ୍ ସୁନା 

Tags: #Gold #IndianWomen #WorldGoldCouncil

Comment