ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଥିବା ପୂଜାରୀ ମାସକୁ ୧୩ ହଜାର ଟଙ୍କା ଦରମା ପାଉଛନ୍ତି।

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିସାରିଛନ୍ତି। ଆଉ ମାତ୍ର ଅଳ୍ପ ଦିନ ମଧ୍ୟରେ ସେଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ସେହି ସ୍ଥାନରେ ଏବେ ବି ଅସ୍ଥାୟୀ ଭାବେ ପ୍ରଭୁ ଶ୍ରୀରାମଙ୍କ ପୂଜା କରାଯାଉଛି। ପ୍ରତିଦିନ ସେଠାରେ ରୀତିନୀତି ଅନୁଯାୟୀ ଶ୍ରୀରାମଙ୍କ ପୂଜା କରାଯାଇଥାଏ।

କିଏ କରନ୍ତି ଶ୍ରୀରାମଙ୍କ ପୂଜା, କେତେ ମିଳେ ଦରମା?

ଅଯୋଧ୍ୟାରେ ଥିବା ଅସ୍ଥାୟୀ ଭାବେ ପୂଜା ପାଉଥିବା ଶ୍ରୀରାମଙ୍କୁ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପୂଜା କରିଥାନ୍ତି। ତାଙ୍କ ସହିତ ଅନ୍ୟ ଚାରିଜଣ ପୂଜାରୀ ମଧ୍ୟ ପୂଜାରେ ସହଯୋଗ କରିଥାନ୍ତି।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ପୂଜାରୀ ତାଙ୍କର ପୂଜା ପାଇଁ ମାସକୁ ୧୩ ହଜାର ଟଙ୍କା ଦରମା ପାଇଥାନ୍ତି। ଏଥିସହିତ ଅନ୍ୟ ଚାରିଜଣ କର୍ମଚାରୀଙ୍କୁ ଦରମା ବାବଦରେ ଦଶ ହଜାର ଟଙ୍କା ଦିଆଯାଇଥାଏ।

କେଉଁଠୁ ଆସେ ଦରମା ଟଙ୍କା?

ଏହି ପୂଜାରୀଙ୍କୁ ସରକାର କୌଣସି ଦରମା ଦେଇନଥାନ୍ତି। ସେଠାରେ ଭକ୍ତମାନେ ଯେଉଁ ଟଙ୍କା ଦାନ କରିଥାନ୍ତି ସେହି ଟଙ୍କାରୁ ହିଁ ପୂଜାରୀମାନଙ୍କୁ ଦରମା ଦିଆଯାଇଥାଏ।

LEAVE A REPLY

Please enter your comment!
Please enter your name here