ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାମ ମନ୍ଦିର ଭୂମି ପୂଜନ ଉତ୍ସବରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ବସିଥିଲେ। ଏହା ସହ ଅନ୍ୟ ଭିଆଇପିମାନେ ମଧ୍ୟ ସେହି ମଞ୍ଚରେ ବସିଥିଲେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭାଗବତ ସେହି ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବସିଥିଲେ।

ନୃତ୍ୟଗୋପାଳ ଦାସ ଏବେ ମଥୁରାରେ ଅଛନ୍ତି। ତାଙ୍କୁ ସାମାନ୍ୟ ଜର ହୋଇଥିବା ବେଳେ ଶ୍ୱାସକ୍ରିୟାରେ ସାମାନ୍ୟ କଷ୍ଟ ଅନୁଭବ କରୁଛନ୍ତି ବୋଲି ସୂଚନା ମିଳିବା ପରେ ତାଙ୍କ ନିକଟକୁ ଡାକ୍ତରୀ ଟିମ୍ ପଠାଯାଇଥିଲା। ତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବା ପରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି ମଥୁରା ଜିଲ୍ଲାପାଳ।

Comment