ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନା ସତର୍କତା ପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ୍‌ର ସବୁ ସୋ’କୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମ୍‌ ମଧ୍ୟ ବନ୍ଦ ରହିବ।

ଅନ୍ୟପଟେ ନନ୍ଦନକାନନକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯିବ।

ଦେଶରେ ହୁହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାସହ ଭାରତରେ ୨ ଜଣଙ୍କ ମୃତ୍ୟୁ ବି ହୋଇଛି। ତେଣୁ ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here