ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସାମାଜିକ ଗଣମାଧ୍ୟମରେ କରୋନା ଭୂତାଣୁ ସମ୍ପର୍କରେ ମିଥ୍ୟା ଖବର ଭାଇରଲ କରି ଜଣେ ଯୁବକ ଗିରଫ। ସମ୍ପୃକ୍ତ ଯୁବକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟନାରାୟଣ ସାମଲ।

ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ସତ୍ୟନାରାୟଣ ଶୁକ୍ରବାର ନିଜ ଫେସବୁକ ଆକାଉଣ୍ଟରେ ଲେଖିଥିଲେ ଯେ କେରଳରୁ ଏକ ଦାଦନ ଶ୍ରମିକ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ପହଞ୍ଚିବା ପରେ କରୋନା ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବୋଲି ମିଥ୍ୟା ସୂଚନା ଭାଇରାଲ କରିଥିଲେ।

ଏଭଳି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରିଥିବା ଯୋଗୁଁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଅମ୍ବାଦଳା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏଭଳି ମିଥ୍ୟା ଗୁଜବଠାରୁ ଦୂରେଇ ରହିବା ଓ ଭୟଭୀତ ନ ହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏସ୍‌ପି।

LEAVE A REPLY

Please enter your comment!
Please enter your name here