ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉ ମନ୍ଦିରରେ କଟକଣା। ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ଉପରେ ଏହି କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ଭୟରେ ଏହି କଟକଣା କରିବାକୁ ଆଜି ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହ ଓ ମଝିଦେଉଳ ପର୍ଯ୍ୟନ୍ତ ଭକ୍ତଙ୍କ ଯିବାକୁ ବାରଣ କରାଯାଇଛି।

ସୋମବାର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରୋନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରଦ୍ଧାଳୁମାନଙ୍କ ପାଇଁ କେତେକ କଟକଣା ଜାରି କରାଯାଇଛି। ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଜଗମୋହନ ପର୍ଯ୍ୟନ୍ତ ଯାଇ ପାରିବେ। ମଝି ଦେଉଳ ଏବଂ ଗର୍ଭଗୃହକୁ କୌଣସି ଶ୍ରଦ୍ଧାଳୁ ଯାଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଶ୍ରଦ୍ଧାଳୁମାନେ ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ମଧ୍ୟ ସ୍ପର୍ଶ କରି ପାରିବେ ନାହିଁ । ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ହ୍ୟାଣ୍ଡ ୱାସ୍ ଯୋଗାଇ ଦିଆଯିବ। ସେହିପରି ସେବାୟତମାନେ ମାସ୍କ କିମ୍ବା ନିଜର ଗାମୁଛା ମୁହଁରେ ବାନ୍ଧିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ କୌଣସି ବିବାହ କିମ୍ବା ବ୍ରତଘର ଅନୁଷ୍ଠିତ ହେବ ନାହିଁ ।

ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଅଧିକ ସଂଖ୍ୟକ ନ ଆସିବା ପାଇଁ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ନିବେଦନ କରିଛନ୍ତି। ଏହାସହ ଆଜି କେନ୍ଦ୍ରାପଡ଼ା ଭିତରକନିକାକୁ ମଧ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୩୧ ଯାଏଁ ଭିତରକନିକା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବନବିଭାଗ

LEAVE A REPLY

Please enter your comment!
Please enter your name here