ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍ ବେଳେ ନିର୍ବିଘ୍ନରେ ଯା’ ଆସ କରିପାରିବ ମାଲବାହୀ ଗାଡ଼ି। କଟକ-ଭୁବନେଶ୍ଵର ମଧ୍ୟରେ ଗଡ଼ି ପାରିବ ସବୁ ମାଲବାହୀ ଗାଡ଼ି। ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ସୁବିଧା ପାଇଁ ଏହି କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର।
ହେଲେ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିବା ମନା। ଏନେଇ ଟୁଇଟ କରି ସୂଚନା ଦେଇଛି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ।
ମାଲ ପରିବହନ ପାଇଁ ୦୬୭୪-୨୬୨୦୨୦୦ ହେଲ୍ପଲାଇନ୍ ନମ୍ଵର ଜାରି କରାଯାଇଛି। ବିନା ବାଧାରେ ଗାଡ଼ି ଚାଳନା ନେଇ ଓଡ଼ିଶା ପୋଲିସ ଏହି ହେଲ୍ପଲାଇନ ନମ୍ଵର ଜାରି କରିଛି। ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ହେଲ୍ପଲାଇନ୍ ନମ୍ଵର କାର୍ଯ୍ୟ କରିବ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଭାରତ ସରକାର ମଧ୍ୟ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି। ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।