ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶରେ ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୯୦କୁ ବୃଦ୍ଧି ପାଇଛି। ଏହାସହ ୧୮ ହଜାର ୬୦୧ ଆକ୍ରାନ୍ତ ହୋଇଥିବା ବେଳେ ୧୪ ହଜାର ୭୫୯ କରୋନା ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

corona

ଏହାସହ ବର୍ତ୍ତମାନ କରୋନା ସଂକ୍ରମଣରୁ ୩,୨୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ୨୩୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମଧ୍ୟପ୍ରଦେଶରେ ୭୪, ଗୁଜୁରାଟରେ ୬୭, ଦିଲ୍ଲୀରେ ୪୫, ତେଲେଙ୍ଗାନାରେ ୨୧ ଓ ଆନ୍ଧ୍ର ପ୍ରଦେଶରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ କରୋନା ଲଢ଼େଇରେ ଗୋଆ ବାଜି ମାରିଛି। ଗୋଆରେ ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କେରଳରେ ମଧ୍ୟ ସୁସ୍ଥ ବ୍ୟକ୍ତିଙ୍କ ହାର ଦେଖିଲେ ଜଣାଯାଉଛି ଯେ କେରଳ ମଧ୍ୟ ଖୁବ ଶୀଘ୍ର କରୋନା କବଳରୁ ରକ୍ଷା ପାଇବ।

ହେଲେ ଦେଶରେ ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪ହଜାର ୬୬୬ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here