ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଏବଂ ଚୀନ୍ ସୀମାରେ ଥିବା ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
‘‘ଆମ ଯବାନ ଦେଶ ପାଇଁ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ ଜୀବନ ଦେଇଛନ୍ତି। ଯବାନଙ୍କ ଏହି ବଳିଦାନକୁ ଦେଶ କେବେ ଭୁଲିବ ନାହିଁ’’, ଟୁଇଟ କରି କହିଛନ୍ତି ରାଜନାଥ ସିଂ।
ରାଜନାଥ ସିଂ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପୂରାଦେଶ ତାଙ୍କ ସହିତ ଠିଆ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଗଲଓ୍ୱାନ ଘାଟିରେ ୨୦ ଯବାନ ସହିଦ ହେବା ପରେ ରାଜନାଥ ସିଂ ଲଗାତର ବୈଠକ କରୁଛନ୍ତି। ବୁଧବାର ସକାଳୁ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବହୁ ଅଧିକାରୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।
ଏହାଛଡ଼ା ରାଜନାଥ ସିଂ ତିନି ସେନା ମୁଖ୍ୟ ଓ ସିଡିଏସ୍ ମୁଖ୍ୟ ବିପିନ ରାଓ୍ୱତଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।