ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ସୁନ୍ଦର ସ୍ଥାନ କହିଲେ ସମସ୍ତଙ୍କ ନଜର ଲଣ୍ଡନ, ପ୍ୟାରିସ୍ ଭଳି ବିଦେଶ ଜାଗାକୁ ଯାଏ। ତେବେ ସୁନ୍ଦର ତଥା ପର୍ଯଟନ ସ୍ଥାନ ହିସାବରେ ଭାରତର ସ୍ଥାନ ସ୍ୱତନ୍ତ୍ର। ଏଠାକାର ମାଟି ପାଣି ପବନରେ ଭରି ରହିଛି ସୁନ୍ଦର ସବୁଜିମା।
ଭାରତର ବହୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ହେଲେ ଭାରତରେ ରହିଛି ଏପରି ଏକ ରେଳ ଷ୍ଟେସନ ଯାହାର ସୁନ୍ଦରତା କୌଣସି ପର୍ଯ୍ୟଟନ ସ୍ଥଳୀଠାରୁ କମ ନୁହେଁ। ଏହା ହେଉଛି ମେଲାଟୁର ରେଳ ଷ୍ଟସେନ।
କେରଳର ମଲପୁରମ୍ ଜିଲ୍ଲାରେ ଅବସ୍ଥିତ ଏହି ରେଳ ଷ୍ଟେସନ ମେଲାଟୁର। ଏହି ସ୍ଥାନଟି ଗୁଲମୋହର ଗଛରେ ଭରପୂର। ଖରାଦିନେ ଏହି ଗଛଗୁଡ଼ିକ ଗୁଲମୋହର ଫୁଲରେ ଭର୍ତ୍ତୀ ହୋଇଯାଇଥାନ୍ତି। ଏବଂ ବସନ୍ତ ଋତୁରେ ଏହି ଗଛଗୁଡ଼ିକରୁ ଫୁଲ ଝଡ଼ିଥାଏ।
ଏହି ଫୁଲ ଖୁବ୍ ସୁନ୍ଦର ଏବଂ ସଂପୂର୍ଣଅଣ ରେଳ ଷ୍ଟେସନ ଉପରେ ଏହା ଏକ ନାଲି ଚାଗର ପରି ବିଛେଇ ହୋଇଯାଇଥାଏ। ଉଭୟ ଋତୁରେ ଏହି ରେଳ ଷ୍ଟେସନଟି ଖୁବ୍ ଆକର୍ଷଣୀୟ ଦେଖାଯାଏ। ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ମେଲାଟୁର ଷ୍ଟେସନର ଫଟୋ। ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।