ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୁଳସୀ ପତ୍ରର ବହୁ ଉପକାରିତା ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଅନେକ ରୋଗର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ। ତେଣୁ ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଗବେଷକ।

ସୋଆର ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇ ଏହି ଗବେଷଣା ଆରମ୍ଭ କରାଯାଇଛି। କେବଳ କରୋନା ମହାମାରୀ ମୁକାବିଲା ନୁହେଁ ବରଂ ଚାଷୀମାନଙ୍କୁ ଆତ୍ମନିର୍ଭର କରାଇବା ନିମନ୍ତେ ଜୈବିକ ପଦ୍ଧତିରେ ତୁଳସୀ ଚାଷ କିପରି ସହାୟ ହେବ ସେ ଦିଗପ୍ରତି ଗବେଷଣାରେ ଫୋକସ୍ କରାଯାଉଥିବା ପ୍ରୋଜେକ୍ଟ ଇନ୍‌ଭେଷ୍ଟିଗେଟର୍ ଡକ୍ଟର ବାସୁଦେବ କର ସୂଚନା ଦେଇଛନ୍ତି।BGU

ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରପଡ଼ା, ଛତାବର ଓ ମେଣ୍ଢାଶାଳ ଭଳି ତିନୋଟି ଗ୍ରାମ ପଞ୍ଚାୟତରେ ଜୈବିକ ପଦ୍ଧତିରେ ଏହି ତୁଳସୀ ଚାଷ ଆରମ୍ଭ କରାଯାଇଛି। ଚାଷୀମାନେ କିପରି ପ୍ରତ୍ୟକ୍ଷ ଭାବେ ଅର୍ଥନୈତିକ ଲାଭ ପାଇପାରିବେ ସେ ନେଇ ଚାଷୀମାନଙ୍କୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦିଆଯାଉଛି।

ଏ ନେଇ ଚାଷୀମାନଙ୍କୁ ମାଗଣା ତୁଳସୀ ମଞ୍ଜି ଏବଂ ତୈଳ ଉତ୍ପାଦନ ନିମନ୍ତେ ମେସିନ୍ ଓ ଅନ୍ୟାନ୍ୟ ଉପକରଣ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି।

“କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ତୁଳସୀ ସମ୍ବନ୍ଧୀୟ ଗବେଷଣା ଏବଂ ତୁଳସୀର ଜୈବିକ ଚାଷ ନିମନ୍ତେ ସୋଆର ସେଣ୍ଟର ଫର୍ ବାୟୋଟେକ୍ନୋଲଜିକୁ ଏକ ବିଭାଗକୁ ପ୍ରୋଜେକ୍ଟ ପ୍ରଦାନ କରାଯାଇଛି ଏବଂ ଏ ଦିଗରେ ଗବେଷଣା ମଧ୍ୟ ଆରମ୍ଭ କରାଯାଇଛି”, କହିଛନ୍ତି ପ୍ରଫେସର ଡକ୍ଟର ବାସୁଦେବ କର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୁଳସୀ ପତ୍ରକୁ ଚୋବାଇ କିମ୍ବା ଅଦାରସ ଓ ମହୁ ସହ ମିଶାଇ ବା ଏହାକୁ ଶିଝାଇ ସେବନ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଏପରିକି ତୁଳସୀ ଗଛର ପ୍ରତ୍ୟେକ ଅଂଶକୁ ମଧ୍ୟ ନାନାଦି ଉପାୟରେ ଶରୀରର ହିତପାଇଁ ସେବନ କରାଯାଇପାରିବ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ’ଓ ବି’ଏବଂ ଖଣିଜ ଦ୍ରବ୍ୟ ଯେପରିକି କ୍ୟାଲସିୟମ୍‌, ଜିଙ୍କ, ଲୌହ ଆଦି ରହିଥାଏ ଯାହା ଶରୀର ପାଇଁ ଉପକାରୀ ଏବଂ କରୋନାରୁ ମଧ୍ୟ ରକ୍ଷା କରିଥାଏ, ତେଣୁ ତୁଳସୀ ଚାଷ ଦ୍ୱାରା ବାୟୋପେଷ୍ଟିସାଇଡ୍ସ ପ୍ରସ୍ତୁତ କରାଯିବା ସହ ତୁଳସୀରୁ ଔଷଧୀୟ ତେଲ ପ୍ରସ୍ତୁତ କରିବା ନିମନ୍ତେ ଏହି ଗବେଷଣା ବେଶ ଉପକାରୀ ହେବ।

ସିବିଟିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକଙ୍କ ସହଯୋଗରେ କୃଷି ଉପେଦଷ୍ଟା ପ୍ରଫେସର ନିରଞ୍ଜନ ନାୟକ ଏବଂ ପ୍ରଫେସର ଡକ୍ଟର ବାସୁଦେବ କର ଗବେଷଣାରତ ଟିମ୍‌ର ସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରୁଛନ୍ତି। ଚାଷୀମାନଙ୍କ ଦ୍ୱାରା ପ୍ରଥମ ଉତ୍ପାଦିତ ତୁଳସୀ ପତ୍ରକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଥିବା ଡକ୍ଟର କର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here