ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୯୦୨ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି
  • ଆଖୁ ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୯୦୨ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ରାଜ୍ୟରେ ଆଜି କରୋନାରେ ଆକ୍ରାନ୍ତ ଥିବା ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ଭିତରେ କଟକରୁ ୭୦ ଜଣ, ଖୋର୍ଦ୍ଧାରୁ ୬୮ ଜଣ, ମୟୂରଭଞ୍ଜରୁ ୮୮ ଜଣ, ସୁନ୍ଦରଗଡ଼ରୁ ୮୫ ଜଣ ଓ ସମ୍ବଲପୁରରୁ ୪୩ ଜଣ ରହିଛନ୍ତି। ଏହାବାଦ୍ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ କେତେକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜ୍ୟରେ ଆଜି ୧୫ ଜଣ ଆକ୍ରାନ୍ତ ଆଖୁବୁଜିବା ସହ କରୋନା ମୃତ୍ୟୁସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି।

ରାଜ୍ୟରୁ ଏଯାବତ ୩,୦୭,୯୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିଭିତରୁ ୨,୯୫,୨୪୫ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ବି ୧୧,୦୯୮ ଆକ୍ରାନ୍ତ କରୋନାରେ ସକ୍ରିୟ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment