ଓଡ଼ିଶାଲାଇଭ୍ ବ୍ୟୁରୋ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନାରେ ଆକ୍ରାନ୍ତ ହେବାପରେ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରାୟ ଗୋଟିଏ ସପ୍ତାହ ଧରି ହୋମ କ୍ୱାରେଣ୍ଟାଇନରେ ରହିବାପରେ ଆଜି ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି, “ଆଶା କରୁଛି ଖୁବ୍ କମ୍ ଦିନରେ ସୁସ୍ଥ ହୋଇ ମୁଁ ଘରକୁ ଫେରିବି। ସମସ୍ତେ ନିଜର ଯତ୍ନ ନିଅନ୍ତୁ ଓ ସୁସ୍ଥ ରୁହନ୍ତୁ। ଟିମ୍ ଇଣ୍ଡିଆ ବିଶ୍ୱ କପ୍ ବିଜୟର ୧୦ମ ବାର୍ଷିକୀ ଉତ୍ସବରେ ସମସ୍ତ ଭାରତୀୟ ଓ ଭାରତୀୟ କ୍ରିକେଟ ଟିମ୍‌କୁ ଶୁଭେଚ୍ଛା।”

ସେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା କହିଥିଲେ ସଚିନ। ଛତିଶଗଡ଼ରେ ସଡ଼କ ସୁରକ୍ଷା ସିରିଜ ଖେଳିବାପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସହ ଆଉ ତିନି ଜଣ ଖେଳାଳି ଏସ ବଦ୍ରିନାଥ, ୟୁସୁଫ ପଠାନ, ଇରଫାନ ପଠାନ ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ କରି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here