ଓଡ଼ିଶାଲାଇଭ୍ ବ୍ୟୁରୋ
ଫେସ୍ବୁକ୍ରେ ଡାଟା ଲିକ୍ ହେବା ପରେ ଅନେକ କ୍ଷତି ସହିବାକୁ ପଡ଼ିଛି। ଡାଟା ଲିକ୍ ହେବାପରେ ଫେସବୁକ ନିଜର ପ୍ରାଇଭେସି ଓ ସିକ୍ୟୁରିଟି ଫିଚରରେ ବଡ଼ ପରିବର୍ତ୍ତନ ଆଣିଛି। ଡାଟା ଲିକ୍ ଅସୁବିଧାକୁ ଦୃଷ୍ଟିରେ ରଖି ଫେସ୍ବୁକ୍ ପ୍ରାଇଭେସି ସେଟିଂକୁ କଡ଼ାକଡ଼ି କରି ଦେଇଛି।
ଆଜିକାଲି ସୋସିଆଲ୍ ମିଡିଆକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଉପୁଜୁଛି। ନକଲି ଆକାଉଣ୍ଟ୍ ସମସ୍ୟାରୁ ନେଇ ଡାଟା ଚୋରି ଆଦି ବିଭିନ୍ନ ସମସ୍ୟା ପାଇଁ ଅସୁରକ୍ଷିତ ହୋଇ ପଡୁଛନ୍ତି ବ୍ୟବହାରକାରୀ। ସେଥିପାଇଁ କମ୍ପାନି ପକ୍ଷରୁ ଏକ ସୂଚନା ଜାରି କରାଯାଇଛି। ଆପଣ ଯଦି ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ ରହିବାକୁ ଚାହାନ୍ତି ତେବେ ଫେସ୍ବୁକ୍ରୁ କିଛି ତଥ୍ୟକୁ ହଟାଇ ଦିଅନ୍ତୁ।
ନିଜର ଜନ୍ମ ତାରିଖ, ଜନ୍ମସ୍ଥାନ, ଫୋନ ନମ୍ବର ଏବଂ ଲୋକେସନ୍ ଆଦି ଯଦି ଫେସ୍ବୁକ୍ରେ ଦେଇଛନ୍ତି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ। ଏହାବ୍ୟତୀତ ଫେସ୍ବୁକ୍ରେ ଆପଣଙ୍କ ଫଟୋ ପବ୍ଲିକ୍ କରି କାହାକୁ ଟ୍ୟାଗ୍ କରିବା ମଧ୍ୟ ଆପଣଙ୍କ ପାଇଁ ବିପଦ ପାଲଟି ଯାଇପାରେ। ମନେ ରଖନ୍ତୁ ପବ୍ଲିକ୍ ରଖି ଫଟୋ ଟ୍ୟାଗ୍ କଲେ ଆପଣଙ୍କ ବନ୍ଧୁଙ୍କୁ ବ୍ୟତୀତ ଆପଣଙ୍କ ବନ୍ଧୁ ତାଲିକାରେ ନଥିବା ବ୍ୟକ୍ତି ବି ଆପଣଙ୍କ ଫଟୋକୁ ଦେଖିପାରନ୍ତି ଏବଂ ତାହାର ଅପବ୍ୟବହାର କରି ପାରନ୍ତି।
ମାର୍କ ଜୁକରବର୍ଗ କିଛିଦିନ ପୂର୍ବରୁ କହିଥିଲେ, ଫେସବୁକ୍ରେ ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଫେସ୍ବୁକ୍ ମୋବାଇଲ ଆପ୍ ଓ ପ୍ରାଇଭେସି ସେଟିଂ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିଛି ଏବଂ ଦାବି କରିି କି ଫେସବୁକ୍ ଏହା ଉପରେ ପୂର୍ବରୁ କାମ କରୁଥିଲା। ନୂଆ ଅପଡେଟ ପରେ ବ୍ୟବହାରକାରୀ ନିଜେ ସେୟାର କରିଥିବା ଡାଟାକୁ ଡିଲିଟି କରିବା ସହିତ ଏହି ସୂଚନାକୁ ନିଜ ମୁତାବକ ସଞ୍ଚାଳିତ ମଧ୍ୟ କରିପାରିବେ। ଯାହା ଆଧାରରେ ଆପଣଙ୍କୁ ବିଜ୍ଞାପନକୁ ଦେଖି ପାରିବେ।