ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶିଘ୍ର ଫେସବୁକରେ ଡେଟିଂ ସର୍ଭିସ ଆରମ୍ଭ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ।
ଫେସବୁକ୍ ଏବେ ଦୀର୍ଘସୁତ୍ରୀ ସମ୍ପର୍କ ଯୋଡ଼ିବା ପାଇଁ ଡେଟିଙ୍ଗ୍ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଫେସ୍ବୁକ୍ କେତେଗୁଡ଼ିଏ ଫିଚର୍ ରିଲିଜ୍ କରିବାକୁ ଯାଉଛି। ଫେସବୁକ ସିଇଓ ମାର୍କ ଜୁକର୍ବର୍ଗ ଏହା ଘୋଷଣା କରିଛନ୍ତି।
ଫେସ୍ବୁକ୍ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୨୦କୋଟି ଲୋକ ସିଙ୍ଗିଲ୍ ଅଛନ୍ତି। ଏହାଛଡ଼ା ଆମେରିକାର ପ୍ରତି ୩ଟି ବାହାଘରରୁ ଗୋଟିଏ ଅନ୍ଲାଇନ୍ରୁ ଆରମ୍ଭ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଫେସବୁକ ଡେଟିଂ ସେବା ଆରମ୍ଭ କରିବାକୁ ଯାଉଛି।
ଏହି ସେବା ବ୍ୟବହାରକାରୀଙ୍କ ଇଚ୍ଛାଧୀନ ରହିବ ଏବଂ ବ୍ୟକ୍ତିମାନଙ୍କର ଗୋପନୀୟତା ସଂରକ୍ଷିତ ରଖିବାକୁ ବ୍ୟବହାରକାରୀଙ୍କ ବନ୍ଧୁମାନଙ୍କୁ ଦୃଶ୍ୟ ହେବ ନାହିଁ। ଏ ବର୍ଷ ଶେଷ ଆଡ଼କୁ ଏହାର ପରୀକ୍ଷଣ ଆରମ୍ଭ ହେବ।
ଆଗ୍ରହୀ ବ୍ୟବହାରକାରୀମାନେ ଡେଟିଙ୍ଗ୍ ପ୍ରୋଫାଇଲ୍ ସେଟ୍ ଅପ୍ କରି ପାରିବେ। ମୁଖ୍ୟ ଫେସ୍ବୁକ୍ ପ୍ରୋଫାଇଲଠାରୁ ଭିନ୍ନ ରହିବ। ଏଥିରେ କେବଳ ବ୍ୟବହାରକାରୀମାନଙ୍କ ନାମର ପ୍ରଥମ ଅଂଶ ରହିବ। ଡେଟିଙ୍ଗ୍ ଆପ୍ର ବ୍ୟବହାରକାରୀମାନେ ସେମାନଙ୍କ ଆଖପାଖର ଘଟଣାବଳୀ ବ୍ରାଉଜ୍ କରିପାରିବେ, ଇଭେଣ୍ଟ୍ ଆଟେଣ୍ଡ୍ କରୁଥିବା ଅନ୍ୟ ବ୍ୟବହାରକାରୀମାନଙ୍କର ପ୍ରୋଫାଇଲ୍ ଚେକ୍ କରି ପାରିବେ ଏବଂ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କ ସହ ଏକୁଟିଆରେ ଚାଟିଙ୍ଗ୍ କରିପାରିବେ।