ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳରେ ତିବ୍ଦତ ସୀମାନ୍ତ ଅଞ୍ଚଳରେ ମଙ୍ଗଳବାର ସକାଳେ ବଡ଼ଧରଣର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଥିଲା। ଏହି ଭୂମିକମ୍ପରେ ନେପାଳ ଓ ଚୀନର ତିବ୍ଦତରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଭୂମିକମ୍ପ ଯୋଗୁଁ ଅନେକ କୋଠାଘର ଭୁଷୁଡ଼ି ପଡିଛି। 

ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଛେ ସହରର ୯୩ କିଲୋମିଟର ଉତ୍ତରପୂର୍ବରେ ରହିଥିଲା। ଏହା କାଠମାଣ୍ଡୁରୁ ୧୫୦ କିଲିମିଟର ଦୂରରେ ଅବସ୍ଥିତ। ଭୂମିରୁ ୧୦ କିଲୋମିଟର ତଳେ ଏହା ସଂଗଠିତ ହୋଇଥିଲା। ଏହି ଭୂମିକମ୍ପରେ ନେପାଳ ସହ ତିବ୍ଦତର ଦକ୍ଷିଣାଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି।

ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ବିହାର, ଆସାମ ଏବଂ ପଶ୍ଚିମବଙ୍ଗ ସମେତ ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା। ଭୂମିକମ୍ପ ସମୟରେ ବହୁତ ଲୋକ ଘରଗୁଡ଼ିକରେ ଫସି ଯାଇଥିଲେ। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏବେ ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଘରମାନଙ୍କରୁ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ନେପାଳର ସେନା ଓ ଅନ୍ୟ ବିପର୍ଜୟ ପରିଚାଳନା ସଂସ୍ଥାର ୧୫୦୦ ଯବାନ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଆହତ ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଉଛନ୍ତି। ସରକାର ବର୍ତ୍ତମାନ ପାଇଁ ଲୋକମାନଙ୍କୁ ଘରେ ନରହି ଖୋଲା ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି।

Tags: #Nepal #Earthquake #TibetBorder #HimalayanRegion #NaturalDisaster

LEAVE A REPLY

Please enter your comment!
Please enter your name here