ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିବିଆଇ ଅଫିସରେ ହାଜର ହେଲେ ସଂଗ୍ରାମ କେଶରୀ ରାୟ
  • ତିନି ଘଣ୍ଟା ଜେରା କଲା ସିବିଆଇ
  • ତିନି ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଲେ ସଂଗ୍ରାମ
  • ସିସୋର୍‌ ଲିଙ୍କ୍‌ର ଖୋଳତାଡ଼

ସିସୋର୍ ଚିଟଫଣ୍ଡ ଲିଙ୍କ୍‌ ଅଭିଯୋଗରେ ସିବିଆଇ ଆଜି ପୂର୍ବତନ ଆଇଏଏସ୍ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ଜେରା କରିଛି ସିବିଆଇ। ସୋମବାର ସନ୍ଧ୍ୟାରେ ସଂଗ୍ରାମ ସିବିଆଇ ଅଫିସରେ ପହଞ୍ଚିବା ପରେ ତଦନ୍ତକାରୀ ଟିମ୍ ୩ ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ।

ତିନି ଘଣ୍ଟା ପରେ ସଂଗ୍ରାମ ସିବିଆଇ ଅଫିସରୁ ବାହାରିଥିଲେ।

ଆଇଏଏସ୍‌ ସଂଗ୍ରାମ କେଶରୀ ରାୟ ଓଡ଼ିଶା ପର୍ଯ୍ୟଟନ ନିଗମର ଜେନେରାଲ ମ୍ୟାନେଜର ଥିଲେ। ଏହି ସମୟରେ ସିସୋର ସଂସ୍ଥା ସହ ପର୍ଯ୍ୟଟନ ବିଭାଗ ଚୁକ୍ତି କରିଥିଲା। କଟକ ମହାନଦୀରେ ନୌକାବିହାର ଏବଂ ବାଘମାରୀ ଅଟ୍ରିରେ ଗେଷ୍ଟ ହାଉସ ପରିଚାଳନା ପାଇଁ ଚୁକ୍ତି ହୋଇଥିଲା।

ସିସୋର ସହ ଚୁକ୍ତି ପୂର୍ବରୁ ସରକାର ସଂପୃକ୍ତ ସଂସ୍ଥାର କାଗଜପତ୍ର ଦେଖିଥିଲେ କି? କେଉଁ ଆଧାରରେ ସିସୋର ଚିଟଫଣ୍ଡ ସଂସ୍ଥା ସହ ପର୍ଯ୍ୟଟନ ବିଭାଗ ଚୁକ୍ତି କରିଥିଲା ସେ ବିଷୟରେ ଜାଣିବା ପାଇଁ ସମନ କରିଥିଲା ସିବିଆଇ।

ତତ୍କାଳୀନ ପର୍ଯ୍ୟଟନ ବିଭାଗ ସଚିବ ପରାଗ ଗୁପ୍ତା ଏବଂ ସଂଗ୍ରାମ କେଶରୀ ରାୟଙ୍କୁ ସମନ ହୋଇଥିଲା। ସୋମବାର ହାଜର ହେବା ପାଇଁ କୁହାଯାଇଥିଲା। ସମନ ପାଇବା ପରେ ସଂଗ୍ରାମ ସିବିଆଇ ଅଫିସରେ ସୋମବାର ସନ୍ଧ୍ୟାରେ ହାଜର ହୋଇଥିଲେ।

ପରାଗ ଗୁପ୍ତା ଡେପୁଟେସନରେ ଦିଲ୍ଲୀରେ ଅଛନ୍ତି। ତେବେ ସେ କେବେ ସିବିଆଇରେ ହାଜର ହେବେ ତାହା ଜଣାପଡ଼ି ନାହିଁ।

LEAVE A REPLY

Please enter your comment!
Please enter your name here