ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ଉସମାନ ସୟଦ ଅଲ୍ଲୀଙ୍କ ଘରେ କ୍ରାଇମବ୍ରାଞ୍ଚ ଏବଂ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡିଲାରପୁର ଘରେ ଏହି ଚଢ଼ାଉ ହୋଇଛି। ଟିଟୋ ଭାଇ ଘରେ ମଧ୍ୟ ଚଢ଼ାଉ ହୋଇଛି।
ଅଣ୍ଡରୱାର୍ଲ୍ଡ ଏବଂ ଟେଣ୍ଡର ଫିକ୍ସିଂ କାରବାରରେ ଏହି ଚଢ଼ାଉ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଡିଲାରପୁରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ଜୁନ୍ ୩୦ ତାରିଖରେ ଚଣ୍ଡିଖୋଲ ନିକଟରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଟିଟୋକୁ ଏନକାଉଣ୍ଟର କରିଥିଲା। ଟିଟୋର ବାମପଟ ଆଣ୍ଠୁ ଉପରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଟିଟୋ ସୁସ୍ଥ ହେବା ପରେ ୪ ତାରିଖରେ କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ଗ୍ୟାଙ୍ଗଷ୍ଟରକୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି କ୍ରାବଇମବ୍ରାଞ୍ଚ।
ଟେଣ୍ଡର ଫିକ୍ସିଂ ଏବଂ ବିଭିନ୍ନ ହତ୍ୟା ମାମଲା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଟିଟୋକୁ ଜେରା କରୁଛି। ତେବେ ଅଧିକ ତଥ୍ୟ ଏବଂ ପ୍ରମାଣ ହାସଲ କରିବା ପାଇଁ ଆଜି ଟିଟୋ ଘରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି।