ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କ୍ରଇମବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍ ଆଜି ନୂଆଦିଲ୍ଲୀ ଯାଇଛନ୍ତି। ଲସ୍କର-ଇ-ତୋଏବା ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଅଭିଯୋଗରେ ଗିରଫ କେନ୍ଦ୍ରାପଡ଼ା ଯୁବକ ହବିବୁର୍ ରେହମାନ୍‌କୁ ଜେରା କରିବ। ହବିବୁର୍‌ର ଓଡ଼ିଶା ଲିଙ୍କ୍ କ’ଣ ଥିଲା ସେନେଇ ଖୋଳତାଡ଼ କରିବ। ହବିବୁର୍‌କୁ ଜେରା କରିବା ପାଇଁ ଏସ୍‌ଟିଏଫ୍ ଏନଆଇଏର ଅନୁମତି ନେଇଛି।

ଅଗଷ୍ଟ ୬ ତାରିଖରେ ନୂଆଦିଲ୍ଲୀ ଏୟାରପୋର୍ଟରୁ ହବିବୁର୍‌କୁ ଗିରଫ କରିଥିଲା ଏନଆଇଏ। ପଟିଆଲା ହାଉସସ୍ଥିତ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି। ତେବେ ଗିରଫ ହବିବୁର୍‌ର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାଗୁଡ଼ାରେ ଜଣାପଡ଼ିବା ପରେ ଓଡ଼ିଶା ପୋଲିସ ତତ୍ପର ହୋଇ ଉଠିଛି।

ଓଡ଼ିଶା ସହ ଆତଙ୍କବାଦୀ ସଙ୍ଗଠନର କ’ଣ ଲିଙ୍କ୍ ଥିଲା ସେନେଇ ତଦନ୍ତ କରିବାକୁ ଏସ୍‌ଟିଏଫ୍ ଡିଆଇଜି ହିଂମାଶୁ ଲାଲ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଯାଇଛି।

୧୯୮୫ରୁ ହବିବୁର୍ ଗାଁ ଛାଡ଼ି ମୁମ୍ବାଇ ଚାଲି ଯାଇଥିଲା। ୨୦୦୬ରେ ଶେଷ ଥର ପାଇଁ ହବିବୁର୍ ଗାଁକୁ ଆସିଥିଲା। ଆତଙ୍କବାଦୀ ଅବଦୁଲ ନଇମ୍‌କୁ ହବିବୁର୍ କେତେଥର କଟକ ଆଣିଛି ଏବଂ କ’ଣ ସବୁ କାରବାର କରାଯାଇଛି ସେ ବିଷୟରେ ପଚରା ଉଚୁରା କରିବ ଏସ୍‌ଟିଏଫ୍।

LEAVE A REPLY

Please enter your comment!
Please enter your name here