ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏମିତି ଏକ ଗାଁ ରହିଛି, ଯାହା ବିଧବା ଗାଁ ନାଁରେ ପରିଚିତ। କାହିଁକି ନା ଏହି ଗାଁର ୧୫୦ ଘରର ପୁରୁଷ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଛନ୍ତି। ମଦ ପିଇ ମୃତ୍ୟୁବରଣ କରିବା ଏଠି ସାଧାରଣ କଥା। ବିଷାକ୍ତ ମଦ ପିଇବା କାରଣରୁ ଏଠାକାର ୧୫୦ ଘରର ମହିଳା ବିଧବା ହୋଇସାରିଛନ୍ତି।
ଉତ୍ତରପ୍ରଦେଶର ମୈନପୁର ଜିଲ୍ଲାର ଘଟଣା। ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ଲୋକଙ୍କ ମୃତ୍ୟୁ ହେବା ଏଠି ମାମୁଲି କଥା ଭାବେ ଗଣାଯାଉଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ଲୋକଙ୍କୁ କୌଣସି ଫରକ ପଡ଼ୁନାହିଁ। ସ୍ୱାମୀର ମୃତ୍ୟୁ ପରେ ଘର ଚଳାଇବା ସ୍ତ୍ରୀ ପାଇଁ କଷ୍ଟକର ହେଉଥିଲେ ବି, ମଦମାଫିଆଙ୍କ ଭୟରେ ପାଟି ଫିଟାଉ ନାହାନ୍ତି। କିଛି ଲୋକ ବିଧବାଙ୍କୁ ଚାକିରି ଆଶା ଦେଖାଇ ଏହି ବେପାରରେ ସାମିଲ କରିବାକୁ ବାଧ୍ୟ କରୁଛନ୍ତି। ପରିବାର ଏବଂ ଛୁଆଙ୍କୁ ଦେଖି ବିଧବା ମହିଳା ଏଥିରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି।
ମଦରେ ନିଶା ପରିମାଣ ବୃଦ୍ଧି ପାଇଁ ୟୁରିଆ, ଗୁଡ଼ ଏବଂ ଇଷ୍ଟକୁ ମିଶ୍ରଣ କରାଯାଉଛି। ଜିଲ୍ଲାରେ ବେଆଇନ କାରବାରକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୈନପୁରୀ ଏସପି। ଗତ ବର୍ଷକ ମଧ୍ୟରେ ୧୧ କୋଟି ଟଙ୍କାର ସମ୍ପତ୍ତି ମଦ ମାଫିଆଙ୍କଠୁ ଜବତ କରାଯାଇଥିବା କହିଛନ୍ତି ଏସପି।