ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଇଡ଼ ପାଣି ପିଇବାକୁ ଯେତିକି ମିଠା ଲାଗେ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। 

ଆଜିକା ପ୍ରଦୂଷିତ ବାତାବରଣରୁ ରକ୍ଷା ପାଇବା ପାଇଁ ନଡ଼ିଆ ପାଣି ବେଶ୍‌ ଉପକାରୀ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ଲାଗି ବେଶ୍‌ ଲାଭଦାୟକ। ନଡ଼ିଆ ପାଣିରେ ଖରିଜ ଲବଣ ଭରପୂର ହୋଇଥାଏ। ଏହାକୁ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ପ୍ରତିଦିନ ସକାଳୁ ନଡ଼ିଆ ପାଣିକୁ ମହୁରେ ମିଶାଇ ପିଇଲେ ଦେହ ପାଇଁ ଭଲ।

ପଇଡ଼ ପାଣିରେ ମହୁ ମିଶାଇ ପିଇଲେ ପେଟ ଯନ୍ତ୍ରଣା, ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ନିୟମିତ ପଇଡ଼ ପାଣି ଏବଂ ମହୁ ମିଶାଇ ପିଇଲେ ଇମ୍ୟୁନ୍‌ ସିଷ୍ଟମ ଠିକ୍‌ ରହିଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି।

ବୟସ ବଢ଼ିବା ସହ ଶରୀରରେ ଫ୍ରି ରେଡିକାଲ ବଢ଼ିବାରେ ଲାଗିଥାଏ। ବୟସ ବଢ଼ିବା ସହ ଚୁଟି ପାଚିବା, ଚର୍ମ କୁଞ୍ଚନ, ହାଲିଆ ଭଳି ଲକ୍ଷଣ ଦେଖାଦିଏ। ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଥିବା ଏହି ପଇଡ଼ ପାଣି ଏବଂ ମହୁ ମିଶାଇ ପିଇଲେ ବୟସର ଛାପ ରୋକିବାରେ ସାହାର୍ଯ୍ୟ କରିଥାଏ।

ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ। ପଇଡ଼ ପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ।

LEAVE A REPLY

Please enter your comment!
Please enter your name here