ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମନରେ ପ୍ରଶ୍ନ ଉଠୁଥିବ ସାମାନ୍ୟ ଚିଠିର ଦାମ୍ ଏତେ ଟଙ୍କା କିପରି ହେଲା । ପ୍ରକୃତ କଥା ହେଉଛି ଏହି ଚିଠିଟି ହେଉଛି ଫ୍ରାନ୍ସର ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କର। ୨୦୦ ବର୍ଷ ପୂର୍ବେ ସେ ତାଙ୍କ ପତ୍ନୀ ଜୋସେଫିନଙ୍କୁ ଲେଖିଥିବା ତିନିଟି ପ୍ରେମପତ୍ରକୁ ୫,୧୩,୦୦୦ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୩ କୋଟି ୯୭ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି।

ଏହି ପ୍ରେମପତ୍ର ୧୭୯୬ରୁ ୧୮୦୪ ମସିହା ମଧ୍ୟରେ ଲେଖାଯାଇଥିଲା। ଏହି ପ୍ରେମ ପତ୍ରକୁ ଫ୍ରାନ୍ସର ଡ୍ରଉଟ୍ ନିଲାମୀ ଗୃହରେ ନିଲାମ କରାଯାଇଛି। ନେପୋଲିଅନଙ୍କ ଇଟାଲୀ ଅଭିଯାନ ସମୟରେ ଏହି ସବୁ ଚିଠି ଲେଖାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଚିଠି ନେପୋଲିୟନ ଲେଖିଥିଲେ। ଏଥିରେ ଲେଖାଥିଲା ‘ମୋର ପ୍ରିୟ ବାନ୍ଧବୀ, ତୁମଠାରୁ ମୋତେ କିଛି ପତ୍ର କାହିଁକି ମିଳୁନି। ନିଶ୍ଚୟ କିଛି କଥା ରହିଛି। ତେଣୁ ତୁମେ ତୁମ ପତିକୁ ଭୁଲିଯାଉଛ। କିନ୍ତୁ ବହୁ ପରିଶ୍ରମ ଯୋଗୁ ଥକିପଡ଼ିଥିଲେ ବି ମୁଁ କେବଳ ତୁମକଥା ହିଁ ଭାବୁଛି। ’

ନେପୋଲିଅନ ବୋନାପାର୍ଟ ଫ୍ରାନ୍ସର କ୍ରାନ୍ତିରେ ସେନାପତି ଥିଲେ। ୧୭୯୯ ମସିହା ନଭେମ୍ବର ୧୧ରୁ ୧୮୦୪ ମେ’ ୧୮ ପର୍ଯ୍ୟନ୍ତ ପ୍ରଥମ କୌଶଳ ରୂପେ ଶାସକ ଥିଲେ। ପୁଣି ୧୮୦୪ରୁ ୧୮୧୪ ପର୍ଯ୍ୟନ୍ତ ନେପୋଲିଅନ ନାମରେ ସମ୍ରାଟ ଥିଲେ । ପୁଣି ୧୮୧୫ ମସିହା ଜୁନ ୨୨ରେ ସମ୍ରାଟ ହୋଇଥିଲେ। ସେ ୟୁରୋପ ଛଡ଼ା ଅନ୍ୟ ଅଞ୍ଚଳରେ ମଧ୍ୟ ଶାସକ ଥିଲେ।

LEAVE A REPLY

Please enter your comment!
Please enter your name here