ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଗୁରୁବାର ନବ ଦାସ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ନବ ଦାସଙ୍କ ସହିତ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ମିଶିଛନ୍ତି।

ବିଜେଡିରେ ସାମିଲ ହେବା ପରେ ନବଦାସ ଝାରସୁଗୁଡ଼ା ବିଧାୟକ ପଦରୁ ଇସ୍ତଫା ଦେବେ। ଏ ନେଇ ସେ ବାଚସ୍ପତିଙ୍କୁ ଚିଠି ଲେଖି ସମୟ ମାଗିଛନ୍ତି। ସୂଚନା ଅଛି ସେ ବ୍ୟକ୍ତିଗତ ଭାବେ ବାଚସ୍ପତିଙ୍କୁ ସାକ୍ଷାତ କରି ବିଧାୟକ ପଦରୁ ଇସ୍ତଫା ଦେବେ।

ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବିଜେଡିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ନବ ଦାସ ବିଜେଡିରେ ସାମିଲ ହେବା ପରେ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Comment