ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ଟେକ୍‌ କମ୍ପାନି ସାଓମି ଚଳିତ ପୂଜା ବଜାରରେ ଜବରଦସ୍ତ ବ୍ୟବସାୟ କରିଛି। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ଗତ ଏକ ମାସ ମଧ୍ୟରେ ସାଓମି ୧.୨୦ କୋଟି ପ୍ରଡକ୍ଟସ୍‌ ବିକ୍ରି କରିଛି। ସେଥିମଧ୍ୟରୁ ୮୦.୫ ଲକ୍ଷ ହେଉଛି କେବଳ ସ୍ମାର୍ଟଫୋନ। ଏହି ବ୍ୟବସାୟ ଗତ ୨୮ ସେପ୍ଟେମ୍ବରରୁ ୨୯ ଅକ୍ଟୋବର ମଧ୍ୟରେ ହୋଇଛି।

ଏନେଇ ସାଓମି ପକ୍ଷରୁ କୁହାଯାଇଛି, କମ୍ପାନିର ପ୍ରଡକ୍ଟ୍‌ସ ବିକ୍ରି ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ କମ୍ପାନି ମୋଟ ୮୦.୫ ଲକ୍ଷ ପ୍ରଡକ୍ଟସ୍‌ ବିକ୍ରି କରିଥିବା ଦାବି କରିଥିବା ବେଳେ ସେଥିରୁ ୬୦ ଲକ୍ଷ ଥିବା ସ୍ମାଟଫୋନ।

ହେଲେ ଚଳିତ ବର୍ଷ କମ୍ପାନି ୮୦.୫ ଲକ୍ଷ କେବଳ ସ୍ମାର୍ଟଫୋନ ବିକ୍ରି କରିଛି। ସେହିପରି ମୋଟ ଉପରେ ୧.୨୦ କୋଟି ପ୍ରଡକ୍ଟସ୍‌ ବିକ୍ରି କରିଥିବା କମ୍ପାନି ସୂଚନା ଦେଇଛି। ୧.୨୦ କୋଟି ପ୍ରଡକ୍ଟସ୍‌ ମଧ୍ୟରୁ ୬ ଲକ୍ଷରୁ ଅଧିକ ଏମ୍‌ଆଇ ଟିଭି ବିକ୍ରି ହୋଇଥିବା ବେଳେ ୩୦ ଲକ୍ଷ ଅନ୍ୟାନ୍ୟ ସାମଗ୍ରୀ ଯଥା ଇୟର ଫୋନ, ପାୱାର ବ୍ୟାଙ୍କ୍, ଫିଟ୍‌ନେସ୍‌ ବ୍ୟାଣ୍ଡ୍‌  ବିକ୍ରି ହୋଇଛି।

Comment