ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ନିଜ ନୂଆ ଫୋନ୍ Redmi Note 9 Pro 5G ଲଞ୍ଚ୍ କରିଛି। ଏଥିରେ ୧୦୮ ମେଗାପିକ୍ସେଲର ରିୟର କ୍ୟାମେରା ମିଳୁଛି। ୩ଟି ମଡେଲ୍‌ରେ ଏହି ଫୋନ୍ ଉପଲବ୍ଧ ହେଉଛି। ଆକର୍ଷଣୀୟ ଫିଚର ପାଇଁ ଏହି ଫୋନ୍ ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହିଥିଲା।

ଫିଚର

Redmi Note 9 Pro 5G ସ୍ମାର୍ଟଫୋନ୍‌ରେ ୬.୬୭ ଇଞ୍ଚର ଫୁଲ୍ ଏଚ୍‌ଡି (୨,୪୦୦x୧,୦୮୦ ପିକ୍ସେଲ) ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୧୨୦Hz ରିଫ୍ରେସ୍ ରେଟ୍ ଓ ୨୫୦Hz ଟଚ୍ ସାମ୍ପଲିଙ୍ଗ୍ ରେଟ୍ ମିଳୁଛି। ଏହି ଫୋନ୍‌ରେ ଦୁଇ ପଟେ କୋର୍ଣ୍ଣିଂ ଗରିଲା ଗ୍ଲାସ୍ ଦିଆଯାଇଛି। Redmi Note 9 Pro 5G ଆଣ୍ଡ୍ରଏଡ୍‌ ୧୦ ଆଧାରିତ MIUI ୧୨ରେ କାମ କରୁଛି।ଷ୍ଟୋରେଜ୍ ଓ ଦାମ୍

Redmi Note 9 Pro 5G ୩ଟି ଭିନ୍ନ ଭିନ୍ନ ମଡେଲରେ ଉପଲବ୍ଧ ହେଉଛି। ଏହି ୩ଟି ମଡେଲରେ ଯଥାକ୍ରମେ, ୬ ଜିବି RAM + ୧୨୮ ଜିବି ROM, ୮ ଜିବି RAM + ୧୨୮ ଜିବି ROM ଓ ୮ ଜିବି RAM + ୨୫୬ ଜିବି ROM ମିଳିବ। ଚାଇନାରେ ଏହି ମଡେଲଗୁଡ଼ିକ ଯଥାକ୍ରମେ, ୧୭,୯୦୦ ଟଙ୍କା, ୨୦,୨୦୦ ଟଙ୍କା ଓ ୨୨,୪୦୦ ଟଙ୍କା ପାଖାପାଖି ବିକ୍ରି ହେଉଛି।କ୍ୟାମେରା

Redmi Note 9 Pro 5Gର ସବୁଠୁ ଖାସ୍ ଫିଚର ହେଉଛି ଏହାର କ୍ୟାମେରା। ଏଥିରେ ୪ଟି ରିୟର କ୍ୟାମେରା ସେଟ୍‌ଅପ୍ ମିଳୁଛି। ଏହି ଫୋନ୍‌ରେ ୧୦୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଦିଆଯାଇଛି। ଏଥିସହ ୮ MP, ୨ MP ଓ ୨ MP ର ଆଉ ୩ଟି ରିୟର କ୍ୟାମେରା ମିଳୁଛି। ସେହିପରି ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ବ୍ୟାଟେରି

Redmi Note 9 Pro 5Gରେ ୪,୮୨୦mAh ବ୍ୟାଟେରି ଦିଆଯାଇଛି। ଏହା ସହିତ ୩୩ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ମିଳୁଛି। ଖୁବଶୀଘ୍ର ଏହି ଫୋନ୍ ଭାରତରେ ଲଞ୍ଚ୍ ହେବ ବୋଲି ଅନୁମାନ କରାଯାଉଛି।

Comment