ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ କିଛି ଘଣ୍ଟାପରେ ଆସିବ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ। କେଉଁଠି ପୂଜା ତ କେଉଁଠି ହୋମ କରୁଛନ୍ତି ନେତା। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରାର୍ଥୀମାନେ ଜିତିବା ପାଇଁ କରୁଛନ୍ତି ଭଗବାନଙ୍କ ପୂଜାର୍ଚ୍ଚନା। ଭଗବାନଙ୍କ ଦର୍ଶନ କରି ଦିନର ଆରମ୍ଭ କରିଛନ୍ତି ପ୍ରାର୍ଥୀ।

ଭୋପାଳ ବିଜେପି ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ଠାକୁର ସୂର୍ଯ୍ୟ ନମସ୍କାର କରି ଦିନର ଆରମ୍ଭ କରିଥିଲେ।

ସେହିପରି କଂଗ୍ରେସ ନେତା ଶଶି ଥରୁର୍ ବି ଭଗବାନଙ୍କ ପୂଜା କରୁଥିବା ନଜର ଆସିଛନ୍ତି।

କେରଳର ଥିରୁଅନନ୍ତପୂରମରୁ ବିଜେପି ପ୍ରାର୍ଥୀ କୁମ୍ମନମ୍ ରାଜଶେଖରନ୍ ଅଯ୍ୟାଗୁରୁ ଆଶ୍ରମ ପହଞ୍ଚି ଦର୍ଶନ କରିଛନ୍ତି। ରାଜଶେଖରନ୍ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ଏଲଡିଏଫର ସି ଦିବାକରନଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଛନ୍ତି।

ସେହିପରି ଭୋପାଳରୁ ବିଜେପି ପ୍ରାର୍ଥୀ ସ୍ୱାଧୀ ମୌନ ବ୍ରତରେ ଥିଲେ। ଆଜି ସୂର୍ଯ୍ୟ ନମସ୍କାର କରି ସେ ଦିନର ଆରମ୍ଭ କରିଥିଲେ।

ଲୋକସଭାର ୫୪୨ଟି ଆସନ ପାଇଁ  ଭୋଟ୍ ଗଣତି କରାଯିବ। ୫୪୨ ଆସନ ପାଇଁ ୮ ହଜାରରୁ ଅଧିକ ପ୍ରାର୍ଥୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here