ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ଶେଷ ସୁଦ୍ଧା ଯେଉଁ ଚିତ୍ର ସ୍ପଷ୍ଟ ହେଉଛି ସେଥିରୁ ଜଣାପଡ଼ୁଛି କି ଏଥର ନିର୍ବାଚନରେ ବିଜେଡିକୁ ୧୧୩ , ବିଜେପି ୨୨ ,କଂଗ୍ରେସ ୯ ଓ ଅନ୍ୟଦଳ ୨ଟି ଆସନରେ ଆଗରେ ଅଛନ୍ତି।

ଉକ୍ତ ଚିତ୍ରରୁ ଏହା ସ୍ପଷ୍ଟ କି ନବୀନ ପଟ୍ଟନାୟକ ରାଜ୍ୟରେ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ହେବେ। ସେପଟେ ଅନ୍ୟ କେତେକ ଆସନରେ ବିଜେଡି ଓ ବିଜେପିରେ କ୍ଲୋଜ ଫାଇଟ ଦେଖିବାକୁ ମିଳୁଛି। ସେଠାରେ ଭୋଟଗଣତି ଏବେ ଚାଲିଛି।

ନିର୍ବାଚନ କମିଶନ ସୁରେନ୍ଦ୍ର କୁମାର ଦେଇଥିବା ସୂଚନାନୁସାରେ ରାତିସାରା ଭୋଟଗଣତି ଚାଲିବ। ଏପର୍ଯ୍ୟନ୍ତ ଗଣତି ହେଉଥିବା ୬୩ଟି କେନ୍ଦ୍ରରେ ୭୦ ପ୍ରତିଶତ ରାଉଣ୍ଡ ଗଣତି ହୋଇଛି ବାକି ରାଉଣ୍ଡରେ ଗଣତି ଚାଲିଛି।

Comment