ଓଡ଼ିଶାଲାଇଭ ବ୍ୟୁରୋ

ସ୍ଵାଧୀନତା ଦିବସକୁ ଆଉ ୪ଦିନ ଥିବା ବେଳେ ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ ଘଟିଛି। ବରଗଡ଼ ଜିଲ୍ଲା ସୋହେଲ ବ୍ଲକ ଅନ୍ତର୍ଗତ ପାଣିମୋରା ଗାଁରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୃ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।

ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଥିଲା। ମାସେ ହେବ ସେ ଅସୁସ୍ଥ ଥିଲେ। ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା।

ଦୟାନିଧି ଗାନ୍ଧୀ ବାଦରେ ପ୍ରେରିତ ହୋଇ ବରଗଡ଼ରେ ଏହାର ପ୍ରଚାର ପ୍ରସାର କରିଥିଲେ। ସେ ଗାନ୍ଧୀଙ୍କ ଭଳି ଟୋପି ମଧ୍ୟ ପିନ୍ଧୁଥିଲେ। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ ଜେଲ ମଧ୍ୟ ଯାଇଛନ୍ତି। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here