ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣେଶଙ୍କୁ କାହିଁକି ଅଗ୍ରପୂଜ୍ୟ, ବିଘ୍ନ ବିନାଶକ କୁହଯାଏ, ଜାଣନ୍ତୁ ପୁରାଣ କଥା।
ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟଙ୍କ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ।
ଶିବ ପୁରାଣ ଅନୁସାରେ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।
ଗଣେଶ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରିଲେ ଗଣେଶ ଶୁଣିନଥିଲେ। ଏହାପରେ କ୍ରୋଧରେ ମହାଦେବ ଗଣେଶଙ୍କ ଶିର ଚ୍ଛେଦନ କଲେ। ପାର୍ବତୀ ଏହା ଜାଣିବା ପରେ ଭୀଷଣ କ୍ରୋଧିତ ହୋଇଥିଲେ। ଦେବୀ ପାର୍ବତୀଙ୍କୁ ଶାନ୍ତ କରିବା ପାଇଁ ଗଣେଶଙ୍କୁ ପୁଣି ଜୀବୀତ କରିବାକୁ ମହାଦେବ ପ୍ରତିଶ୍ରୁତି ଦେଇଥିଲେ।
ମହାଦେବ ଗଣେଶଙ୍କ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଗଣପତିଙ୍କ ଶରୀରରେ ଯୋଡ଼ି ଜୀବନ ଦାନ କଲେ। ଏହା ପାର୍ବତୀ ତୁରନ୍ତ ଗଣେଶଙ୍କୁ ଆଲିଙ୍ଗନ କରି ଅଗ୍ରପୂଜ୍ୟର ବରଦାନ ଦେଇଥିଲେ। ଏହାପରେ ବ୍ରହ୍ମା, ବିଷ୍ଣୁ, ମହାଦେବ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ମହାଦେବ ଗଣେଶଙ୍କୁ ବିଘ୍ନନାଶକ ବୋଲି କହିଥିଲେ। ସେଥିପାଇଁ ବିଘ୍ନ କଥା ଆସିଲେ ସର୍ବ ପଥମେ ଗଣେଶଙ୍କୁ ଆରାଧନା କରାଯାଇଥାଏ।
ଗଣେଶଙ୍କ ଶ୍ଲୋକ:-
ବକ୍ର ତୁଣ୍ଡ ମହା କାୟ, ସୂର୍ୟ କୋଟି ସମ ପ୍ରଭ
ନିର୍ବିଘ୍ନମ୍ କୁରମେ ଦେବ, ସର୍ବ କାର୍ଯ୍ୟେସୁ ସର୍ବଦା