ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର। ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ବଳଦେବଙ୍କ ପହଣ୍ଡି। ବଡ଼ ଠାକୁରଙ୍କୁ ବାଇଶି ପାହଚ ଦେଇ ସେବକମାନେ ରଥକୁ ଆଣୁଛନ୍ତି।
ବଳଦେବଙ୍କୁ ବଡ଼ଦାଣ୍ଡରେ...
ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନଙ୍କର ପହଣ୍ଡି କିଛି ସମୟ ତଳେ ଆରମ୍ଭ ହୋଇଛି। ସେବାୟତମାନେ ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣୁଛନ୍ତି।
ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ...
ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛି ତିନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି
ସାଢ଼େ ୯ଟାରେ ପହଣ୍ଡି, ୪ଟାରୁ ରଥଟଣା
ପୁରୀରେ ପୋଲିସ ଛାଉଣୀ
ପୁରୀକୁ ଜଗିବେ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ
ଆଉ କିଛି ସମୟର ଅପେକ୍ଷା...
ଆଜି ପବିତ୍ର ଶ୍ରୀଗୁଣ୍ଡିଚା: ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ଆଜି ପବିତ୍ର ଶ୍ରୀଗୁଣ୍ଡିଚା। ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଭାଇଭଉଣୀଙ୍କ ସାଙ୍ଗରେ ମହାପ୍ରଭୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ୁଛି। ରତ୍ନସିଂହାସନରୁ ଭାଇ...
ଫଟୋରେ ଫଟୋରେ ଶ୍ରୀକ୍ଷେତ୍ର : ଶ୍ରୀଗୁଣ୍ଡିଚା ପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ମାଉସୀ ଘରକୁ ଯିବେ। ଏଥିପାଇଁ ପୁରୀରେ...
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା
ଭାସ୍କର ମିଶ୍ର
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ।...
ସକାଳ ୭ଟାରୁ ଓଡ଼ିଶାଲାଇଭ୍ରେ ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପୁରୀରେ ଶ୍ରୀମୁଣ୍ଡିଚା ଯାତ୍ରା। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ...
ତିନି ରଥର ରକ୍ଷକ ସାଜନ୍ତି ଏହି ଦେବାଦେବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଶ୍ରୀଗୁଣ୍ଡିଚା। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏନେଇ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି।...
ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଗଡ଼ିଲା ୩ ରଥ
ଓଡ଼ିଶାଲାଇଭ ବ୍ୟୁରୋ
ଶ୍ରୀଗୁଣ୍ଡିଚା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର। ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷକୁ ରଥକୁ ଅଣାଯାଇଥିଲା। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ...
ଆଜି ରଥ ଆଜ୍ଞାମାଳ ବିଜେ
ଓଡ଼ିଶାଲାଇଭ ବ୍ୟୁରୋ
ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା।। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ...




















