ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଗୋପନୀୟତା’ ବା ‘ରାଇଟ୍‌ ଟୁ ପ୍ରାଇଭେସି’କୁ ନେଇ ସୁପ୍ରିମକୋର୍ଟ ଆଜି ତାଙ୍କ ରାୟ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ଖଣ୍ଡପୀଠ ବହୁମତରେ ଗୋପନୀୟତାକୁ ସମ୍ବିଧାନ ଅନ୍ତର୍ଗତ ମୌଳିକ ଅଧିକାର ବୋଲି ଘୋଷଣା କରିଛନ୍ତି। ‘ତିନ୍‌ ତଲାକ୍‍’ ରାୟ ପରେ ଏହା ଆଉ ଏକ ଐତିହାସିକ ରାୟ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି  ଜେ‌ଏସ୍‌ କେହର୍‍ଙ୍କ ଅଧ୍ୟକ୍ଷତାରେ ୯ ଜଣ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ‘ରାଇଟ୍‌ ଟୁ ପ୍ରାଇଭେସି’ ସମ୍ବିଧାନର ଧାରା ୨୧ ଅନ୍ତର୍ଭୁକ୍ତ ଅଟେ ଓ ଏହା ଜୀବନ ଓ ବ୍ୟକ୍ତିଗତ ଅଧିକାର ସହିତ ସମାନ। ଖଣ୍ଡପୀଠର ସମସ୍ତ ବିଚାରପତି ଏଥିରେ ଏକମତ ପ୍ରକାଶ କରିଛନ୍ତି।

ଏହି ରାୟ ଆସିବା ପରେ ବିଗତ କିଛିଦିନ ଧରି ଯେଉଁ ତର୍ଜମା ଚାଲିଥିଲା, ତାହା ଶେଷ ହୋ‍ଇଛି। ବିଶେଷକରି, ଆଧାର କାର୍ଡକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା, ଏହି ରାୟ ଫଳରେ ସେହି ବିବାଦର ସମାଧାନ ହେଲା ବୋଲି ବୁଝିବାକୁ ହେବ।

କହିରଖୁ ଯେ, କେନ୍ଦ୍ର ସରକାରଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିଲା।  ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋ‍ଇଥିଲା। ଏହିସବୁ ଆବେଦନରେ କୁହାଯାଇଥିଲା ଯେ ଆଧାର କାର୍ଡକୁ ନିଶ୍ଚିତ କରିବା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ସହିତ ସମାନ।

ରାୟ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ୩ ସପ୍ତାହ ଧରି ମାମଲାର ଶୁଣାଣି କରିଥିଲେ। ଏହି ମାମଲାରେ ଦେଶର ବହୁ ଖ୍ୟାତନାମା ଆଇନ୍‌ଜୀବୀ ସେମାନଙ୍କର ମତ ରଖିଥିଲେ।

Tags: Privacy, JS Keher, Adhaar Card, Triple Talaq, Tin Talaq, Tini Talaaq, Supreme Court, Right to Privacy, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment