ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଚିବାଳୟରେ ସମସ୍ତେ ଏବେ ଲାଗି ପଡ଼ିଛନ୍ତି କେବେ ଓ କେତେବେଳେ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଦରମା ହାର ଘୋଷଣା କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଓ ତା’ପରେ ଯାଇ ଘୋଷଣା ହେବ।

ଯେହେତୁ ୨୦୧୬ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ ସରକାରୀ ରାଜକୋଷ ଉପରେ ବଡ଼ ବୋଝ ହେବା ଆକଳନ କରାଯାଇଛି।

ପ୍ରାଥମିକ ହିସାବ ଅନୁଯାୟୀ ପ୍ରତି ବର୍ଷ ସରକାରଙ୍କୁ ଏ ବାବଦରେ ୫୫୦୦ କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ହେବ।

ସେହି ଅନୁପାତରେ ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପଡ଼ିବ। ଅର୍ଥ ବିଭାଗର ଅଧିକାରୀ ମାନେ ଏବେ ଦିନରାତି ଲାଗି ପଡିଛନ୍ତି କେମିତି କୁଆଡୁ ଏହି ଅର୍ଥ ଆସିବ।

ମାତ୍ର ଗୋଟିଏ କଥା ନିଶ୍ଚିତ ଯେ ଦଶହରା ଛୁଟି ପୂର୍ବରୁ ସପ୍ତମ ବେତନ କମିଶନ କଥା ଘୋଷଣା କରାଯିବ ଓ କର୍ମଚାରୀମାନେ ନୂଆ ବେତନ ସହିତ ଛୁଟି କାଟିବେ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ପୂଜା ଭେଟି ଧରି ନିଅନ୍ତୁ।

ହେଲେ ଆଉ ଗୋଟିଏ ସମସ୍ୟା ହେଉଛି ବକେୟା ଟଙ୍କା କେବେ ଦିଆଯିବ। ଘୋଷଣା ହେବା ସାଙ୍ଗେସାଙ୍ଗେ ପିଛିଲା ଟଙ୍କା ମିଳିବ ନା ସରକାରଙ୍କ ଆର୍ଥିକ ସ୍ଥିତି ସୁଧୁରିବା ପରେ ଏହା ମିଳିବ ସେ ନେଇ ତର୍ଜମା ଚାଲିଛି।

Tags: Secretariate, Government of Odisha, Naveen Patnaik, Government Employees, Odisha Govt. Odisha Government, 7th Pay Commission, Dashera Puja, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment