ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜଣାଶୁଣା ପାଇଲଟ୍‍, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦୀର୍ଘ କର୍ମମୟ ଜୀବନ ଓ ଦୁର୍ଦ୍ଦଷ କାହାଣୀ ଉପରେ ଆଧାରିତ ଓଡ଼ିଶାଲାଇଭ୍‍ ପକ୍ଷରୁ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ଫିଲ୍ମ ଡିଜିଟାଲ୍‍ ମିଡିଆ ମାଧ୍ୟମରେ ଦର୍ଶକମାନଙ୍କ ଭିତରେ ବେଶ୍‍ ଲୋକପ୍ରିୟ ହୋ‍ଇପାରିଛି। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲ୍‍ ମାଧ୍ୟମରେ ଏହି ଭିଡିଓର ଭ୍ୟୁଜ୍‍ ସଂଖ୍ୟା ଇତିମଧ୍ୟରେ ୬୦ ହଜାର ଛୁଇଁଛି।

ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ (୧୯୧୬-୨୦୧୬) ପାଳନ ଅବସରରେ ୱେବ୍‍ ଚ୍ୟାନେଲ୍‍ ଓଡ଼ିଶାଲାଇଭ୍‍ ପକ୍ଷରୁ ’ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକ’ ଶୀର୍ଷକ ୧୨ ମିନିଟ୍‍ର ଏହି ବୃତ୍ତଚିତ୍ର ପ୍ରସ୍ତୁତ କରାଯାଇଥିଲା। ଏଥିରେ ବ୍ରିଟିଶ୍‍ ବିମାନବାହିନୀରେ ପାଇଲଟ୍‍ ଭାବରେ ତାଙ୍କର ଜୀବନକାଳ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସକ୍ରିୟ ଭୂମିକା ଏବଂ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତର ଜାତୀୟ ରାଜନୀତି କ୍ଷେତ୍ରରେ ତାଙ୍କର ବଳିଷ୍ଠ ଯୋଗଦାନ କଥା ଉପସ୍ଥାପନ କରାଯାଇଛି।

ସେହିପରି ଆଧୁନିକ ଓଡ଼ିଶାର ନିର୍ମାଣ ଏବଂ ଏହାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରକୁ ବିଜୁ ପଟ୍ଟନାୟକଙ୍କ ଯୋଗଦାନ ବିଷୟରେ ଏହି ଡକ୍ୟୁମେଣ୍ଟ୍ରି ଏକ ରେଫରେନ୍ସ ଭାବେ ଗ୍ରହଣ କରାଯାଇପାରେ।

ବିଶେଷକରି ଅନ୍ୟମାନଙ୍କ ପରି ନିୟମିତ ଶଗଡ଼ ଗୁଳାରେ ନଯାଇ ବିଜୁବାବୁ କିଭଳି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂଆ ରାସ୍ତା ସୃଷ୍ଟି କରିଥିଲେ ଏବଂ ବିଭିନ୍ନ ମୋଡ଼ରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା କ୍ଷେତ୍ରରେ କିଭଳି ଅନ୍‌ପ୍ରେଡିକ୍ଟେବଲ୍‍ ଥିଲେ, ଏହି ବୃତ୍ତଚିତ୍ରରେ ସେକଥା ବର୍ଣ୍ଣନା କରାଯାଇଛି।

ପ୍ରସ୍ତୁତି – ଓଡ଼ିଶାଲାଇଭ୍‍

ଆଲେଖ୍ୟ ଓ ନିର୍ଦ୍ଦେଶନା – ନୀଳାମ୍ବର ରଥ

ପୋଷ୍ଟ ପ୍ରଡକ୍ସନ୍‍ – ସୁରେଶ ପଟ୍ଟନାୟକ

ବର୍ଣ୍ଣନା – ବୀରେନ୍‍ ମିଶ୍ର

ଆନିମେସନ – ବିଶ୍ୱଜିତ ସ୍ୱାଇଁ

ପ୍ରଡକ୍ସନ୍‍ – ଓଡ଼ିଶାଲାଇଭ୍‍ ଟିମ୍‍

Tags: Biju Patnaik, Birth Centenary, Naveen Patnaik, CM of Odisha, Bhoomi Putra, Bhumiputra, Biju Babu, Son of Soil, Dakota, Kalinga Airlines, Kalinga Prize, UNESCO, Biju Janata Dal, Bijayananda, OdishaLIVE, Nilambar Rath, Suresh Patnaik, Biren Mishra

Comment