ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଡ୍‌‍କୋକୁ ମିଳିଲା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର। ୨୨ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପୟନସିପକୁ ସଫଳତାର ସହ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ନୂଆଦିଲ୍ଲୀଠାରେ ଗ୍ରହଣ କରିଛନ୍ତି।

ଏସୀୟ କ୍ରୀଡା ମହାକୁମ୍ଭ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଇଡକୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମାତ୍ର ୯୦ ଦିନ ଭିତରେ ଇଡକୋ ଏସବୁ ପ୍ରସ୍ତୁତ କରିବାରେ ସମର୍ଥ ହୋଇଥିଲା। ଜୁଲାଇ ୬ରୁ ୯ ଯାଏଁ ଏହି କ୍ରୀଡା କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା। ଏହାସହ ହକି ଇଣ୍ଡିଆ ଲିଗ୍ ପାଇଁ କଳିଙ୍ଗ ଲାନ୍ସର ଟିମକୁ ଇଡକୋ ପ୍ରୋତ୍ସାହନ ଯୋଗାଇ ଦେଉଛି।

ହକିକୁ ଲୋକପ୍ରିୟ କରିବା ପାଇଁ ଇଡକୋ ବଡ ଭୂମିକା ନିର୍ବାହ କରୁଛି।
Tags: IDCO, Rashtriya Khel Protsahan Puraskar-2017, Rashtriya Khel Protsahan Puraskar, AAC 2017, Ramnath Kovind, Asian Athletics Championships, Sanjay Kumar Singh, Kalinga Stadium, Kalinga Lancer, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment