ଓଡ଼ିଶାଲାଇଭ୍‌ ବ୍ୟୁରୋ

ସପ୍ତମ ବେତନ କମିଶନ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ଗାପୂଜା ଭେଟି ପ୍ରଦାନ କରିଛନ୍ତି।  ସପ୍ତମ ବେତନ କମିଶନର ରିପୋର୍ଟକୁ ପରୀକ୍ଷା କରିବା ପାଇଁ ଗଠିତ ଫିଟମେଂଟ କମିଟିର ସୁପାରିଶକୁ ସେପ୍ଟେମ୍ବର ମାସରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କର ଏହି ନିଷ୍ପତି ଫଳରେ ୪.୫ ଲକ୍ଷ କର୍ମଚାରୀ  ଓ ୩.୫ ଲକ୍ଷ ପେନସନ ଭୋଗୀ କର୍ମଚାରୀମାନେ ଲାଭବାନ ହେବେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୪୫ ଶହ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ସରକାରୀ କର୍ମଚାରୀମାନେ ସେପ୍ଟେମ୍ବର ମାସ ପରଠାରୁ ବର୍ଦ୍ଧିତ ଦରମା ପାଇବେ। ସେହିପରି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ ଫିଟମେଂଟ କମିଟିର ସୁପାରିଶକୁ ପ୍ରାୟତଃ ସରକାର ଗ୍ରହଣ କରିଛନ୍ତି। ଏହାଦ୍ୱାରା କର୍ମଚାରୀମାନଙ୍କ ବହୁ ଦିନର ଦାବି ପୂରଣ ହୋଇଛି। କେବେଠାରୁ ଏହି କମିଶନ ଲାଗୁ ହେବ ସେନେଇ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Tags: 7th Pay Commission, Bhubaneswar News, Breaking News, Dashera Puja, Government Employees, Government of Odisha, Latest News, Naveen Patnaik, Odisha Breaking News, Odisha Govt. Odisha Government, Odisha News, Odisha Stories, Odisha Top Stories, Secretariate, Top Stories

Comment