ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି।

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ସପ୍ତମ ବେତନ କମିଶନ ଲାଗୁ ହେବା ଘୋଷଣା ପରେ ସାରା ରାଜ୍ୟରେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ୨୦୧୬ ଜାନୁୟାରୀରୁ ପିଛିଲା ଭାବେ ଏହି ବର୍ଦ୍ଧିତ ଦରମା ମିଳିବ ବୋଲି ଜଣାପଡ଼ିଛି।

ମୂଳ ଦରମାରେ ୧୪.୫ ପ୍ରତିଶତ ବଢ଼ିବା ପରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ହେବାର ସମ୍ଭାବନା ରହିଛି। ଏହି କ୍ରମରେ ଗ୍ରୁପ ଏ କର୍ମଚାରୀଙ୍କ ମୂଳ ଦରମା ସର୍ବନିମ୍ନ ୫୬,୧୦୦ ଟଙ୍କା ପାଇବାକୁ ଥିବା ବେଳେ ଗ୍ରୁପ ବି କର୍ମଚାରୀ ୩୫,୪୦୦, ଗ୍ରୁପ ସି କର୍ମଚାରୀ ୧୯,୯୦୦, ଗ୍ରୁପ ଡି କର୍ମଚାରୀ ୧୮,୦୦୦ ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ସେହିପରି ଏହି ନିୟମ ସର୍ବ ଭାରତୀୟ ସେବା ଅଧିକାରୀଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି। ଫଳରେ ସଚିବମାନେ ମଧ୍ୟ ବର୍ଦ୍ଧିତ ଦରମା ପାଇବେ।

ମୁଖ୍ୟ ଶାସନ ସଚିବ ୨,୨୫,୦୦୦ ଟଙ୍କା ପାଇବେ।

ପ୍ରମୁଖ ଶାସନ ସଚିବ ସର୍ବନିମ୍ନ ୧,୮୨,୦୦୦ ଟଙ୍କା ପାଇବେ।

କମିଶନର ତଥା ଶାସନ ସଚିବ ସର୍ବନିମ୍ନ ୧,୪୪,୦୦୦ ଟଙ୍କା ପାଇବେ।

ଅତିରିକ୍ତ ଶାସନ ସଚିବ ସର୍ବନିମ୍ନ ୧,୧୮,୫୦୦ ଟଙ୍କା ପାଇବେ।

ଯୁଗ୍ମ ଶାସନ ସଚିବ ପାଇବେ ସର୍ବନିମ୍ନ ୭୮,୮୦୦ ଟଙ୍କା।

Tags: 7th Pay Commission, Bhubaneswar News, Breaking News, Dashera Puja, Government Employees, Government of Odisha, Latest News, Naveen Patnaik, Odisha Breaking News, Odisha Govt. Odisha Government, Odisha News, Odisha Stories, Odisha Top Stories, Secretariate, Top Stories

Comment