ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଦେଶର ୨୪ ଘଣ୍ଟା ନ ପୁରୁଣୁ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଅବସରରେ ବିଦାୟୀ ଡିଜିପି କେ.ବି.ସିଂହ ମଧ୍ୟ ଉପସ୍ଥିତ ଥିଲେ। ନୂଆ ଡିଜିପିଙ୍କ ଭଳି ବିଦାୟୀ ଡିଜିପିଙ୍କ ପାଖରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ଭିଡ ଲଗାଇଥିଲେ। ତେବେ ଏହି ଅବସରରେ ବିଦାୟୀ ଡିଜିପି ସିଂହ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। କହିଥିଲେ ସରକାର ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେଥିରେ ସେ ଖୁସି।ନୂଆ ଡିଜିପି ଜଣେ ଦକ୍ଷ ଅଫିସର।
ସଞ୍ଜୀବ ମାରିକ ବିବାଦୀୟ ଭାବେ ଡିଜିପି ପଦରୁ ବିଦାୟ ନେବା ପରେ କେ.ବି.ସିଂହଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା। ୨୦୧୫ ନଭେମ୍ବର ୯ରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଗତ ୩୦ ତାରିଖରେ ସମ୍ବଲପୁରରେ ମାଓବାଦୀ ରଣନୀତି ବୈଠକରେ ଉପସ୍ଥିତ ଥିବା ବେଳେ ସିଂହଙ୍କୁ ଡିଜିପି ପଦବୀରୁ ହଟାଇ ଦିଆଯାଇଥିଲା।

Tags: K B Singh, Bhubaneswar News, Breaking News, DGP, KB Singh, Latest News, Odisha Breaking News, Odisha News, Odisha Police, Odisha Stories, Odisha Top Stories, OSRTC, Police, Police Commissionerate, Prakash Mishra, RP Sharma, Sanjeev Marik, Top Stories

 

LEAVE A REPLY

Please enter your comment!
Please enter your name here