ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବାକୁ ମିଳିଛି। ଏକାସାଙ୍ଗରେ ୧୦୬୯ ରୋବର୍ଟ ନାଚି ରେକର୍ଡ କରିଛନ୍ତି। ଏଥିରେ ବିଶ୍ୱାସ ହେଉ ନଥିଲେ ମଧ୍ୟ ଚିତ୍ର ଦେଖିବା ପରେ ସତ ବୋଲି ପ୍ରମାଣିତ ହୋଇଛି।
ଚୀନର ଏକ କମ୍ପାନୀ ଏଭଳି କରି ଗିନିଜ ବୁକ୍ ଅଫ୍ ୱାର୍ଲ୍‌ଡରେ ସ୍ଥାନ ପାଇଛି। ପିପୁଲ୍‌ସ ଡେଲି ଚାଇନା ଅନୁସାରେ ଡ‍ବ୍‌ଲ୍ୟୁ ଏଲ୍ ଇଣ୍ଟେଲିଜେନ୍‌ସି ଟେକ୍ନୋଲୋଜି ନାମକ କମ୍ପାନୀ ପକ୍ଷରୁ ୧୦୬୯ ରୋବର୍ଟକୁ ନେଇ ସେନା ତିଆରି କରାଯାଇଛି।
ଏହି ରୋବର୍ଟ ଏକା ସଙ୍ଗରେ ନୃତ୍ୟ କରିପାରୁଛନ୍ତି। ଏମାନେ ଚୀନର ମାର୍ସାଲ ଆର୍ଟ୍‌ସ ବି କରିପାରୁଛନ୍ତି। ମଣିଷଙ୍କ ପରି ସମସ୍ତ କାମ ଏହି ରୋବର୍ଟ କରିପାରିବେ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି। କମ୍ପାନି ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋବର୍ଟମାନେ ଡ୍ୟାନ୍‌ସ କରୁଥିଲେ। ଯେଉଁମାନେ ପଡି ଯାଉଥିଲେ ସେମାନଙ୍କୁ ଡିସକ୍ୱାଲିଫାଏ କରାଯାଉଥିଲା।
ଏହା ପୂର୍ବରୁ ଚୀନର ଆଉ ଏକ କମ୍ପାନୀ ଏୱର ବିନ୍ ଏଭଳି ପଦକ୍ଷେପ ନେଇଥିଲା। ଏକାସାଙ୍ଗେ ୧୦୦୭ ରୋବର୍ଟ ନୃତ୍ୟ ପ୍ରଦର୍ଶନ କରିଥିଲେ।

Tags: Guinness World Record, WL Intelligent Technology, Dancing Robots, Robots, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment