ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ପ୍ରତୀକ୍ଷା ପରେ ‘ବଦ୍‌ମାସ-ଟୋକା’ ଉଦୟନ୍ ଅପରାଜିତ୍‌ଙ୍କର ପ୍ରଥମ ଓଡ଼ିଆ ସିନେମା ସାରା ଓଡ଼ିଶାରେ ମୁକ୍ତିଲାଭ କରିବା ଦିନ ପାଖେଇ ଆସୁଛି। ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନର ନିବେଦିତ ଏହି ସିନେମାର ନିର୍ଦ୍ଦେଶନା କରୁଛନ୍ତି ପ୍ରଶାନ୍ତ ପାଲ ଏବଂ ଏହାର ସଙ୍ଗୀତ ସଂଯୋଜନା  କରିଛନ୍ତି ପି କୁମାର।
‘ବଦମାସ୍- ଟୋକା’ରେ ଉଦୟନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ବଙ୍ଗାଳି ବିଉଟି ମାଳବିକା ବାନାର୍ଜି। ଏତଦ୍ ବ୍ୟତୀତ ମିହିର ଦାସ, ସ୍ୱଗର୍ତଃ ମୀନକେତନ ଓ ଅଶ୍ରୁମୋଚନ ମଧ୍ୟ ଏହି ସିନେମାରେ ବିଭିନ୍ନ ଚରିତ୍ରରେ ନଜର ଆସିବେ।
ପୂର୍ବରୁ ‘ବଦମାସ୍-ଟୋକା’ ଡିସେମ୍ବର ୨୦୧୬ ଓ ପରେ ପରେ ଜୁନ୍ ମାସରେ ପରଦା ଉପରେ କମାଲ୍ ଦେଖାଇବାର ଯୋଜନା ଥିଲା। କୌଣସି ଅନିବାର୍ଯ୍ୟ କାରଣବଶତଃ ସିନେମାର ରିଲିଜ୍‌ରେ ବିଳମ୍ବ ହୋଇଥିବାରୁ ଉଦୟନ୍ ନିରାଶ ହୋଇଥିଲେ।
ବର୍ତ୍ତମାନ ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ଏନେଇ ସେ କହିଛନ୍ତି, “ମୁଁ ପୂର୍ବରୁ କନ୍ନଡ଼ ସିନେମାରେ ହିରୋ ଭାବରେ କାମ କରିଛି। ଏପରି କି ମୁମ୍ବାଇ ଓ ଓଡ଼ିଶାରେ ଟେକ୍‌ନିସିଆନ୍‌ ଭାବେ ମଧ୍ୟ କାମ କରିଛି। କିନ୍ତୁ ଓଲିଉଡ୍‌ରେ ହିରୋ ହେବାର ଇଚ୍ଛା ମୋର ସବୁବେଳେ ଥିଲା। ଏହି ସିନେମା ଜରିଆରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଆଉ ଏକ ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ସହ ଦର୍ଶକ ପରିଚିତ ହେବେ।”
ମାର୍ସାଲ ଆର୍ଟ୍‌ସରେ ପାରଙ୍ଗମ ହାସଲ କରିଥିବା ଏହି ଆଙ୍ଗ୍ରି ୟଙ୍ଗ ମ୍ୟାନ୍ କନ୍ନଡ଼ ସିନେମା ‘ଖିଲାଡ଼ି- ଦ ଗେମ୍ ଚେଞ୍ଜର’ରେ ୨୦୧୫ ମସିହାରେ ଲିଡ୍ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏବେ ମଧ୍ୟ ସେ ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରିବା ପାଇଁ କଥାବାର୍ତ୍ତା ଚାଲିଛି।
ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ଏଠାକାର ଲୋକଙ୍କ ମଧ୍ୟରେ ଯେ କାର୍ଯ୍ୟ କରିବାର ନିୟମିତତା ତଥା ପେସାଗତ ଗୁଣବତ୍ତା ନେଇ ବହୁ ମାତ୍ରାରେ ଫରକ୍ ଅଛି ସେ ସ୍ୱୀକାର  କରନ୍ତି।
“ଯେହେତୁ ମୁଁ ଓଡ଼ିଆ ମାଟିର ପୁଅ, ଏଠାରେ ସିନେମା କରିବା ପାଇଁ ବିଶେଷ ଆଗ୍ରହୀ ହେବି’’, କହିଛନ୍ତି ଉଦୟନ୍। ସୌଭାଗ୍ୟ ପରିଡ଼ାଙ୍କ ପ୍ରଯୋଜିତ ‘ବଦମାସ-ଟୋକା’ ଆସନ୍ତା ସେପ୍ଟେମ୍ବର ୧୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Tags: Badmash Toka, Udayan Aparajeet, Soubhagya Parida, Mihir Das, Ollywood, Odia Cinema, Odia Cine Industry, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment