ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟତାରେ ବସିଥିଲା କ୍ୟାବିନେଟ୍ ବୈଠକ। ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସରକାରୀ କର୍ମଚାରୀଙ୍କ ବର୍ଦ୍ଧିତ ଦରମାକୁ ମଧ୍ୟ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ।
ଅଗଷ୍ଟ ୨୯ରେ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ଲାଗି ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
ଏହାସହ ଆଇଓସିଏଲ ବିବାଦ ସମ୍ପର୍କରେ ମଧ୍ୟ କ୍ୟାବିନେଟରେ ଆଲୋଚନା ହୋଇଛି। ବିବାଦ ସମାଧାନ ନେଇ ହୋଇଥିବା ଚୁକ୍ତିରେ ମଧ୍ୟ କ୍ୟାବିନେଟ୍ ମୋହର ବାଜିଛି। ସେହିପରି ରାଜ୍ୟରେ ଟେଲିଫୋନ୍ ସମ୍ପର୍କୀୟ ପଲିସିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ଆଇଓସିଏଲକୁ ରାଜ୍ୟ ସରକାର ୭୦୦ କୋଟି ଟଙ୍କା ୨୦୧୬-୧୭ ଆର୍ଥିକ ବର୍ଷରୁ ୧୫ ବର୍ଷ ପାଇଁ ୪ଟି କିସ୍ତିରେ ସୁଧମୁକ୍ତ ଋଣ ପ୍ରଦାନ କରିବେ। ୧୫ ବର୍ଷ ପରଠାରୁ ଆଇଓସିଏଲ୍ ପ୍ରତ୍ୟେକ କିସ୍ତି ପାଇଁ ଋଣ ପରିଶୋଧ ଆରମ୍ଭ କରିବ। ଆଇନ୍ ଅନୁସାରେ ଆଇସିଏଲ୍ ଭାଟ୍/ଜିଏସଟି ଜମା କରିବ ବୋଲି କ୍ୟାବନେଟରେ ନିଷ୍ପତ୍ତି ହୋଇଛି।
ଏହାସହ ନୂତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଆରଏସପି ନୀତିକୁ ପରିବର୍ତ୍ତନ କରାଯାଇ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଏମଏସପି ନୀତିକୁ ଗ୍ରହଣ କରାଯାଇଛି।
ବର୍ଦ୍ଧିତ ହାରରେ ଘରଭଡା ଓ ଅନ୍ୟନ୍ୟ ଭତ୍ତା ଉପରେ ରାଜ୍ୟ ସରକାର ପରବର୍ତ୍ତି ପର୍ଯ୍ୟାୟରେ ବିଧିବଦ୍ଧ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି।

Tags: 7th Pay Commission, Secretariat, IOCL, Pension Yojna, Aditya Prasad Padhi, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment