ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କୁ ଏବେ ସାଇବର କ୍ରାଇମ ଚିନ୍ତା ଘାରିଛି।
ସାଇବର ଅପରାଧ ଦିନକୁ ଦିନ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ଆଉ ୩ଟି ଜାଗାରେ ସାଇବର ଥାନା ପ୍ରତିଷ୍ଠା କରାଯିବ।
ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲାରେ ଏହି ଥାନା ପ୍ରତିଷ୍ଠା ହେବା ନେଇ ରାଜ୍ୟ ଗୃହ ବିଭାଗ ଟ୍ୱିଟରରୁ ଜଣାପଡିଛି। ଏହି ଥାନା ପ୍ରତିଷ୍ଠା ହେଲେ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ହେଉଥିବା ଅନଲାଇନ୍ ଠକେଇ ଏବଂ ଅନ୍ୟ ସାଇବର ଅପରାଧକୁ ନିୟନ୍ତ୍ରଣ କରାଯିବ।
ଓଡ଼ିଶାରେ ଗୋଟିଏ ମାତ୍ର ସାଇବର ଥାନା କଟକରେ ରହିଛି। ଅନ୍ୟ ଅଞ୍ଚଳରେ ସାଇବର ଅପରାଧ ଗଟିଲେ ଲୋକେ ଅଭିଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏଣୁ ଅସୁବିଧାକୁ ଦୃଷ୍ଟିରେ ରଖି ଉପରୋକ୍ତ ୩ଟି ସ୍ଥାନରେ ସାଇବର ଥାନା ପ୍ରତିଷ୍ଠା କରାଯିବ।
ଅନ୍ୟପଟେ ବିଶେଷଜ୍ଞ ଅଭାବରୁ ପୋଲିସ କର୍ମଚାରୀଙ୍କ ସାଇବର କ୍ରାଇମ୍ ନିୟନ୍ତ୍ରଣ ନେଇ ତାଲିମ୍ ଦିଆଯାଇପାରୁନି। ଫଳରେ ଅପରାଧ ବଢ଼ିଚାଲିଛି।

Tags: Cyber Crime, Social Media, Media, Police Station, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment