ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କହିଛନ୍ତି ଯେ ୨୦୧୮ ଫେବୃଆରୀ ମାସ ଶେଷ ସୁଦ୍ଧା ସମସ୍ତ ସିମ୍ କାର୍ଡକୁ ଆଧାର ସହିତ ଲିଙ୍କ କରାଯିବା ବାଧ୍ୟ। ଯଦି ତାହା କରାନଯାଏ ତେବେ ସିମ୍‌କାର୍ଡଗୁଡ଼ିକୁ ଡିଆକ୍ଟିଭେଟ୍ କରିଦିଆଯିବ। ସୁପ୍ରିମକୋର୍ଟର ଏକ ରାୟକୁ ଭିତ୍ତିକରି ସରକାର ଏହି ବିଜ୍ଞପ୍ତି ଜାରି କରିଛନ୍ତି।
ଆଧାରକାର୍ଡ ଓ ସିମ୍‌କୁ ଲିଙ୍କ କରିବା ନେଇ ଲୋକନୀତି ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। କେନ୍ଦ୍ର ସରକାର କହିଛନ୍ତି ଯେ ଅପରାଧୀ, ଠକ, ଆତଙ୍କବାଦୀ, ଏ ସମସ୍ତେ ସାଧାରଣ ଲୋକଙ୍କ ନାମରେ ସିମ୍‌ କାର୍ଡ କିଣି ତାହାର ଅପବ୍ୟବହାର କରୁଥିବା କାରଣରୁ ଆଧାର ସହିତ ଏଗୁଡ଼ିକୁ ଯୋଡ଼ିବା ଅତ୍ୟନ୍ତ ଜରୁରୀ। ଏଥିସହିତ ଟେଲିକମ୍ କମ୍ପାନିଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ସେମାନଙ୍କର ସବ୍‌ସ୍କ୍ରାଇବରଙ୍କୁ ଏହି ବିଷୟରେ ଜଣାଇବେ। ବିଜ୍ଞାପନ, ଇମେଲ୍, ଏସଏମଏସ ଆଦି ମାଧ୍ୟମରେ ଟେଲିକମ୍ କମ୍ପାନି ଫେବୃଆରୀ ୧୮ ଡେଡ୍‌ଲାଇନ୍ ସମ୍ପର୍କରେ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବତନ ପ୍ରଧାନ ବିଚାରପତି ଜେ ଏସ୍ ଖେହର ଓ ଜଷ୍ଟିସ ଏନ୍ ଭି ରମଣା ପୂର୍ବରୁ ଏହି ମାମଲାର ଶୁଣାଣି ବେଳେ କହିଥିଲେ ଯେ ଗୋଟିଏ ବର୍ଷ ଭିତରେ ପ୍ରିପେଡ୍ ମୋବାଇଲ୍ ଗ୍ରାହକଙ୍କ ଯାଞ୍ଚ୍ କାମ ଶେଷ ହେବ। ସିମ୍ କାର୍ଡକୁ ବେଆଇନ ଭାବେ ବ୍ୟବହାର କରାଯାଉଥିବାରୁ ଲୋକନୀତି ଫାଉଣ୍ଡେସନ ଏଥିରେ ସୁପ୍ରିମକୋର୍ଟର ହସ୍ତକ୍ଷେପ ଚାହିଁଥିଲେ।

Tags: Justice JS Keher, SIM Card, Justice N V Raman, Aadhar, Aadhar Card, Aadhar Link, Bhubaneswar News, Breaking News, Central Government, K.K. Benugopal, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment